ମାଲକାନଗିରି ଏନ୍‌କାଉଣ୍ଟର ପ୍ରତିବାଦରେ ଓଡ଼ିଶା ସମେତ ୫ ରାଜ୍ୟରେ ମାଓବାଦୀଙ୍କ ବନ୍ଦ ଡାକରା

ଭୁବନେଶ୍ୱର: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ଏନକାଉଣ୍ଟର ପ୍ରତିବାଦରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ଆଜି ଦିନିକିଆ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସେଣ୍ଟ୍ରେଲ୍‌ କମିଟି। ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ର,ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାଲକାନଗିରିରେ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ରାୟଗଡ଼ାର […]

bus

bus

Rakesh Mallick
  • Published: Thursday, 03 November 2016
  • Updated: 03 November 2016, 02:26 PM IST

Sports

Latest News

ଭୁବନେଶ୍ୱର: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ଏନକାଉଣ୍ଟର ପ୍ରତିବାଦରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ଆଜି ଦିନିକିଆ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସେଣ୍ଟ୍ରେଲ୍‌ କମିଟି। ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ର,ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି।

ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟର ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାଲକାନଗିରିରେ ବସ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ରାୟଗଡ଼ାର ୬ଟି ରୁଟ୍‌ରେ ସରକାରୀ ବସ୍ ଚଳାଚଳ ବନ୍ଦ କରାଯାଇଛି। ଜିଲ୍ଲା ସଦର ମହକୁମାଠାରୁ ଲକ୍ଷ୍ମୀପୁର, ଚନ୍ଦ୍ରପୁର, ସାନ୍ଦୁବାଡ଼ି,ବନ୍ଧୁଗାଁ ଓ କାଶୀପୁର ଆଦି ସ୍ଥାନକୁ ଚାଲୁଥିବା ସରକାରୀ ବସ୍‌ଗୁଡ଼ିକୁ ବନ୍ଦ କରାଯାଇଛି। ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରାୟଗଡ଼ା ଡିଟିଏମ୍ ପରେଶ କୁମାର ଥାଟ୍ଟୋଇ କହିଛନ୍ତି। କନ୍ଧମାଳ ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକର ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି। ଜିଲ୍ଲା ଜି.ଉଦୟଗିରିର କୁର୍ତ୍ତମଗଡ଼ ନିକଟରେ ମାଓବାଦୀମାନେ ବାଲିଗୁଡ଼ା-ମୁନିଗୁଡ଼ା ରାସ୍ତାକୁ ଗଛ ପକାଇ ଅବରୋଧ କରିଥିଲେ।

ରାୟଗଡ଼ ଜିଲ୍ଲା ହାଟମୁନିଗୁଡ଼ା ନିକଟସ୍ଥ ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। ଲ୍ୟାଣ୍ଡମାଇନ୍ ନିଷ୍କ୍ରିୟ କଲା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ପୋଲିସ୍‌ର ଏକ ସନ୍ଧାନୀ କୁକୁର ଆହତ ହୋଇଛନ୍ତି।  ଏହି ରାସ୍ତାରେ ମାଓ ପୋଷ୍ଟର ମଧ୍ୟ ଲଗାଯାଇଥିବା ଦେଖିବାକୁ ମିଳିଥିଲା।

ଅକ୍ଟୋବର ୨୪ ତାରିଖରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ୨୮ ଜଣ ମାଓବାଦୀ ନିହତ ହୋଇଥିଲେ। ଯେଉଁଥିରେ ବହୁ ଟପ୍‌ମାଓ ନେତା ଥିଲେ। ତା’ପରେ ହୋଇଥିବା ଏନ୍‌କାଉଣ୍ଟରେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

୨୮ ତାରିଖରେ ମାଓବାଦୀଙ୍କ ଇଷ୍ଟ ଡିଭିଜନ୍ କମିଟି ସଂପାଦକ କୈଳାସ ଏକ ଅଡିଓ ଟେପ୍ ଜାରି କରି ଏନ୍‌କାଉଣ୍ଟର ପାଇଁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos