ମାର୍ଚ୍ଚ ୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ

କଟକ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୨୦ରୁ ଆରମ୍ଭ ହେବ। ୧୦ ଦିନ ମଧ୍ୟରେ  ଖାତା ଦେଖା ସରିବ। ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଖାତା ଦେଖିବାକୁ ୧୧,୨୬୫ ଜଣ ପରୀକ୍ଷକ ନିଯୁକ୍ତ କରାଯିବ। ୭୦୩ ଜଣ ମୁଖ୍ୟ ପରୀକ୍ଷକ ଓ ୨୧୦୯ ଜଣ ଉପମୁଖ୍ୟ ପରୀକ୍ଷକ ରହିବେ।” ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ମାଟ୍ରିକ୍‌ ପରୀକ୍ଷାର ଆଜି ତୃତୀୟ ଦିନ ଥିଲା। ଆଜି […]

matric exam

matric exam

Rakesh Mallick
  • Published: Saturday, 04 March 2017
  • Updated: 04 March 2017, 04:42 PM IST

କଟକ: ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୨୦ରୁ ଆରମ୍ଭ ହେବ। ୧୦ ଦିନ ମଧ୍ୟରେ  ଖାତା ଦେଖା ସରିବ। ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଖାତା ଦେଖିବାକୁ ୧୧,୨୬୫ ଜଣ ପରୀକ୍ଷକ ନିଯୁକ୍ତ କରାଯିବ। ୭୦୩ ଜଣ ମୁଖ୍ୟ ପରୀକ୍ଷକ ଓ ୨୧୦୯ ଜଣ ଉପମୁଖ୍ୟ ପରୀକ୍ଷକ ରହିବେ।”

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ମାଟ୍ରିକ୍‌ ପରୀକ୍ଷାର ଆଜି ତୃତୀୟ ଦିନ ଥିଲା। ଆଜି ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ବିଷୟରେ  ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ  ସାଢ଼େ ୧୧ଟାରେ ସରିଥିଲା। ଏବର୍ଷ ରାଜ୍ୟରେ ୨,୯୮୩ଟି ପରୀକ୍ଷା କେନ୍ଦ୍ର ରହିଥିଲା ବେଳେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୬,୮୭୦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos