କ୍ଷମା ମାଗିଲେ କାଟଜୁ

ନୂଆଦିଲ୍ଲୀ: ଓଡ଼ିଆଙ୍କ ସମ୍ପର୍କରେ ଫେସ୍‌ବୁକ୍‌ରେ ବିବାଦୀୟ ମନ୍ତବ୍ୟ ଲେଖିଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ ଆଜି କ୍ଷମା ମାଗିଛନ୍ତି। କାହାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନ ଥିଲା, ଯଦି କାହାକୁ କଷ୍ଟ ଦେଇଛି ତାହାହେଲେ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ଦିଲ୍ଲୀରୁ ଓଟିଭିକୁ ଦେଇଥିବା ସାକ୍ଷାତକାରରେ କାଟଜୁ କହିଛନ୍ତି। ଏହାସହ ଫେସ୍‌ବୁକ୍‌ରେ ମଧ୍ୟ ପୋଷ୍ଟ କରି ତାଙ୍କ ପୂର୍ବ ପୋଷ୍ଟ ପାଁ ସେ କ୍ଷମା ମାଗିଛନ୍ତି। ସେ କହିଛନ୍ତି,“ମୁଁ ଓଡ଼ିଆଙ୍କୁ ଭଲ […]

markandey-katju-sorry

markandey-katju-sorry

Rakesh Mallick
  • Published: Friday, 14 October 2016
  • Updated: 14 October 2016, 07:54 PM IST

Sports

Latest News

markandey-katju-sorryନୂଆଦିଲ୍ଲୀ: ଓଡ଼ିଆଙ୍କ ସମ୍ପର୍କରେ ଫେସ୍‌ବୁକ୍‌ରେ ବିବାଦୀୟ ମନ୍ତବ୍ୟ ଲେଖିଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ ଆଜି କ୍ଷମା ମାଗିଛନ୍ତି। କାହାକୁ ଆଘାତ ପହଞ୍ଚାଇବା ମୋର ଉଦ୍ଦେଶ୍ୟ ନ ଥିଲା, ଯଦି କାହାକୁ କଷ୍ଟ ଦେଇଛି ତାହାହେଲେ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ଦିଲ୍ଲୀରୁ ଓଟିଭିକୁ ଦେଇଥିବା ସାକ୍ଷାତକାରରେ କାଟଜୁ କହିଛନ୍ତି। ଏହାସହ ଫେସ୍‌ବୁକ୍‌ରେ ମଧ୍ୟ ପୋଷ୍ଟ କରି ତାଙ୍କ ପୂର୍ବ ପୋଷ୍ଟ ପାଁ ସେ କ୍ଷମା ମାଗିଛନ୍ତି।

ସେ କହିଛନ୍ତି,“ମୁଁ ଓଡ଼ିଆଙ୍କୁ ଭଲ ପାଉଛି ବୋଲି ବହୁବାର ଓଡ଼ିଶା ଆସିଛି। ଓଡ଼ିଶାର କୋଣାର୍କ, ଲିଙ୍ଗରାଜ ଓ ପୁରୀ ଜଗନ୍ନାଥ ମନ୍ଦିର ଯାଇଛି। ମୋ ଜେଜେବାପା ଓଡ଼ିଶାର ରାଜ୍ୟପାଳ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି।”

ସେ ଆହୁରି କହିଛନ୍ତି,“ମୁଁ ମଜାରେ ମଜାରେ ଏପରି ଲେଖିଥିଲି। ଅଯଥାରେ କଥାକୁ ବଢାଯାଇଛି।”

ଅନ୍ୟପକ୍ଷରେ ଫେସ୍‌ବୁକ୍‌ରେ ଓଡ଼ିଆଙ୍କୁ କାଟ୍‌ଜୁଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁରୀ, ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ସହ କାଟ୍‌ଜୁଙ୍କ କୁଶପତ୍ତଳିକା ଦାହ କରିଛନ୍ତି। କଳିଙ୍ଗସେନା ପକ୍ଷରୁ କାଟ୍‌ଜୁଙ୍କ ବିରୋଧରେ ଥାନାରେ ଏତଲା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos