ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଖର୍ଚ୍ଚ କରିବେ ୧୦୦୦ କୋଟି

ଭୁବନେଶ୍ୱର: ରାଜ୍ୟର ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆଜି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୩୩ ପ୍ରତିଶତ ବା ତାଠାରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଓ ଜଳସେଚିତ ଜମିପାଇଁ ୧୩ ହଜାର ୫୦୦  ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ମଧ୍ୟ ସମାନ ସହାୟତା […]

NaveenPatnaik

NaveenPatnaik

Rakesh Mallick
  • Published: Wednesday, 14 October 2015
  • Updated: 14 October 2015, 02:27 PM IST

ଭୁବନେଶ୍ୱର: ରାଜ୍ୟର ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆଜି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୩୩ ପ୍ରତିଶତ ବା ତାଠାରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଓ ଜଳସେଚିତ ଜମିପାଇଁ ୧୩ ହଜାର ୫୦୦  ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ମଧ୍ୟ ସମାନ ସହାୟତା ମିଳିବ। ବର୍ଷ ତମାମ ଚାଷ କରୁଥିବା ଚାଷୀଙ୍କୁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଧାନଚାଷରେ କ୍ଷତି ସହିଥିବା ଚାଷୀଙ୍କୁ ରବିଚାଷ ପାଇଁ ଋଣ ଯୋଗାଇ ଦିଆଯିବ। ଏଥିପାଇଁ ସରକାର ୪ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ମରୁଡ଼ି ପ୍ରଭାବିତ ଅଞ୍ଚଳରେ ୫୦ ପ୍ରତିଶତରୁ ଅଧିକ ଫସଲହାନୀ ହୋଇଥିଲେ ସ୍ୱଳ୍ପମିଆଦୀ ଖରିଫ୍ ଋଣକୁ ମଧ୍ୟମିଆଦୀ ଋଣରେ ପରିଣତ କରାଯିବ। ପ୍ରଭାବିତ ଅଞ୍ଚଳରେ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କର ଟ୍ୟୁସନ୍ ଓ ପରୀକ୍ଷା ଫି ଛାଡ଼ କରାଯିବ।  ସେହିପରି ସାହୁକାରଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଦୁଇ ମାସ ପାଇଁ ମରୁଡ଼ି ବିପନ୍ନଙ୍କୁ ଦିଆଯିବ ଖାଦ୍ୟ ସହାୟତା। ବୟସ୍କଙ୍କୁ ୧ କେଜି ଓ ପିଲାଙ୍କୁ ୫୦୦ ଗ୍ରାମ ଖାଦ୍ୟ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପୂର୍ବରୁ ଆଜି ରାଜସ୍ୱ ବିଭାଗ ମରୁଡ଼ି ସ୍ଥିତି ନେଇ ପ୍ରାଥମିକ ରିପୋର୍ଟ ଦେଇଥିଲା। ଏହି ଆଖି ଦେଖା ଆକଳନ ରିପୋର୍ଟ ଅନୁଯାୟୀ,ରାଜ୍ୟର ୧୨ଟି ଜିଲ୍ଲାର ୧୦୭ଟି ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକଗୁଡ଼ିକର ମୋଟ ୩୩ ପ୍ରତିଶତ ଜମିରେ ଧାନଚାଷ ନଷ୍ଟ ହୋଇଛି। ଅର୍ଥାତ ମୋଟ ୨ଲକ୍ଷ ୫୭ ହଜାର ୯୩୦ ହେକ୍ଟର ଜମିରେ ଫସଲ ଉଜୁଡ଼ି ଯାଇଛି।

ଅନ୍ୟପକ୍ଷରେ ଗତ ୬ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲହାନି ଯୋଗୁଁ ୬ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story