ମରୁଡ଼ି ଓ ଫାଇଲିନ ସହାୟତାକୁ ନେଇ ରାଜନୈତିକ ଟଣାଓଟରା

ଭୁବନେଶ୍ୱର: ଗତ ୩୧ ତାରିଖରେ ମରୁଡି ଓ ଫାଇଲିନ ବାବଦକୁ କେନ୍ଦ୍ର ସରକାର ୪୨୭,୨୯,୨୫୦୦୦ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏ ନେଇ ଏସ୍‌ଆରସି ସୂଚନା ପ୍ରଦାନ କରିବା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। ଏସିଆରସି ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “କେନ୍ଦ୍ର ଯୋଗାଇ ଦେଇଥିବା ଟଙ୍କାରୁ ୨୭୬ କୋଟି ୫୪ଲକ୍ଷ ଟଙ୍କା ମରୁଡ଼ି […]

pratap-tara-pruthiraj

pratap-tara-pruthiraj

Rakesh Mallick
  • Published: Monday, 04 April 2016
  • Updated: 04 April 2016, 02:10 PM IST

Sports

Latest News

ଭୁବନେଶ୍ୱର: ଗତ ୩୧ ତାରିଖରେ ମରୁଡି ଓ ଫାଇଲିନ ବାବଦକୁ କେନ୍ଦ୍ର ସରକାର ୪୨୭,୨୯,୨୫୦୦୦ ହଜାର ଟଙ୍କା ଯୋଗାଇ ଦେଇଛନ୍ତି। ଏ ନେଇ ଏସ୍‌ଆରସି ସୂଚନା ପ୍ରଦାନ କରିବା ପରେ ରାଜନୈତିକ ଦଳଗୁଡିକ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି।

ଏସିଆରସି ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “କେନ୍ଦ୍ର ଯୋଗାଇ ଦେଇଥିବା ଟଙ୍କାରୁ ୨୭୬ କୋଟି ୫୪ଲକ୍ଷ ଟଙ୍କା ମରୁଡ଼ି ସହାୟତା ବାବଦରେ ଦିଆଯାଇଛି। ବାକି ୧୫୦,୭୫,୨୫୦୦୦ ଟଙ୍କା ଫାଇଲିନ ବକେୟା ପ୍ରାପ୍ୟ। ଫାଇଲିନ ବାବଦକୁ ଆଉ ୧୦୨ କୋଟି ଟଙ୍କା ବକେୟା ରହିଲା। ମରୁଡ଼ି ବାବଦକୁ କେନ୍ଦ୍ର ସରକାର ଘୋଷଣା କରିଥିବା ୮୧୫ କୋଟି ଟଙ୍କାରୁ ୬୦୬ କୋଟି ଟଙ୍କା ଦେବେ ବୋଲି କହିଥିଲେ। ଏବେ ୨୭୬ କୋଟି ୫୪ଲକ୍ଷ ଟଙ୍କା ଦିଆଯାଇଛି। ଶୀଘ୍ର ବଳକା ଅର୍ଥ ପଠାଇବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ।”

କେନ୍ଦ୍ର ସହାୟତାକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଶାସକ ଦଳ ଓ ବିରୋଧୀ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି।

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ମରୁଡ଼ି ସହାୟତା ଏକ ରାଜ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହା ଓଡ଼ିଶାକୁ ଯୋଗାଇ ଦେଲେ ନାହିଁ। ଏହା କେନ୍ଦ୍ର ସରକାରଙ୍କ ଦୟା ନୁହେଁ, ଓଡ଼ିଶାର କୃଷକ ଭାଇଙ୍କ ହକ୍‌। କେନ୍ଦ୍ର ସରକାର ସେମାନଙ୍କୁ ନିଜ ହକ୍‌ ପାଇବାରୁ ବଞ୍ଚିତ କରୁଛନ୍ତି। ବର୍ତ୍ତମାନ କିଛି ଟଙ୍କା କେନ୍ଦ୍ରରୁ ଆସିଛି, ତାହା ଏସ୍‌ଡିଆରଏଫ୍‌ ବାବଦକୁ ଆସିଛି। କେନ୍ଦ୍ର ସରକାର ବହୁ ବିଳମ୍ବରେ ସହାୟତା ପ୍ରଦାନ କଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ୟ ରାଜ୍ୟଗୁଡିକୁ ହଜାର ହଜାର କୋଟି ଟଙ୍କା ଯୋଗାଇ ଦିଆଯାଉଛି। ହେଲେ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାକୁ ଅଣଦେଖା କରାଯାଉଛି। ରାଜ୍ୟ ସରକାର ୮୧୫ କୋଟି ଟଙ୍କା ଦାବି କରିଥିବା ବେଳେ କେନ୍ଦ୍ର ମାତ୍ର ୨୭୬ କୋଟି ପ୍ରଦାନ କରିଛନ୍ତି, ତାହା ମଧ୍ୟ ବିଳମ୍ବରେ।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି, “ମରୁଡ଼ି ଯୋଗୁଁ ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଛନ୍ତି। ହେଲେ ସହାୟତା ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମାନସିକତା ନାହିଁ। ଉପା ସରକାର ସମୟରେ ନବୀନ ବାବୁ ସହାୟତା ସହାୟତା କହି ବହୁ ପାଟି କରୁଥିଲେ, ଏବେ ପାଟି ବନ୍ଦ ହୋଇଯାଇଛି। ଏଥିରୁ ଜଣାପଡୁଛି, ବିଜେଡି ଓ ବିଜେପି ମିଶିକି ଅଛନ୍ତି। ଯାହା ସହାୟତା ଆସିଛି ସମୁଦ୍ରକୁ ଶଂଖେ, ହେଲେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ। ବଳକା ଟଙ୍କା ତୁରନ୍ତ ପ୍ରଦାନ ଲାଗି ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ପକାନ୍ତୁ।”

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, “ନିୟମ ଅନୁସାରେ କିସ୍ତିୱାରୀ ସହାୟତା ମିଳିବ। ଏହାକୁ ନେଇ ରାଜନୀତି କରାଯିବାର କିଛି କାରଣ ନାହିଁ। ଏସ୍‌ଆରସି ଆଜି ଗୋଟିଏ କଥା କହିଛନ୍ତି। ପୂର୍ବରୁ ଫାଇଲିନ ଓ ମରୁଡ଼ି ବାବଦକୁ ଆସିଥିବା ଅର୍ଥ ବିଷୟରେ କିଛି କହି ନାହାନ୍ତି। କେନ୍ଦ୍ର ଘୋଷଣା କରିଥିବା ସହାୟତା କିସ୍ତିରେ ଆସିବା ଆରମ୍ଭ ହୋଇଯାଇଛି। ହେଲେ ମୁଖ୍ୟମନ୍ତ୍ରୀ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। ଏହା ଚାଷୀଙ୍କୁ ପ୍ରଦାନ କରାଯିବା ନେଇ କାହିଁକି ପ୍ରକ୍ରିୟା ଆରମ୍ଭ କରିନାହାନ୍ତି, ତାହାର ଉତ୍ତର ଦିଅନ୍ତୁ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos