ଫେବୃଆରୀରେ ମାଟ୍ରିକ ପରୀକ୍ଷା ହେବାକୁ ନେଇ ଅନିଶ୍ଚିତତା

ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷା ସମୟକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ସେହି ମାସ ମାଟ୍ରିକ ପରୀକ୍ଷା ନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବୋର୍ଡ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ୨୦୧୨ ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ସେ ଦୃଷ୍ଟିରୁ ୨୦୧୭ ଫେବୃଆରୀରେ ଆସନ୍ତ ପଞ୍ଚାୟତ ନିର୍ବାଚନ ହୋଇପାରେ। ହେଲେ କିଛି ବର୍ଷ ହେବ ଫେବୃଆରୀ ମାସରେ ମାଟ୍ରିକ୍‌ ପରୀକ୍ଷା ହେଉଛି। […]

10th-exam

10th-exam

Rakesh Mallick
  • Published: Thursday, 13 October 2016
  • Updated: 14 October 2016, 07:10 AM IST

Sports

Latest News

10th-examଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷା ସମୟକୁ ନେଇ ଅନିଶ୍ଚିତତା ଦେଖା ଦେଇଛି। ଫେବୃଆରୀ ମାସରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ସେହି ମାସ ମାଟ୍ରିକ ପରୀକ୍ଷା ନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ବୋର୍ଡ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଯାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

୨୦୧୨ ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହୋଇଥିଲା। ସେ ଦୃଷ୍ଟିରୁ ୨୦୧୭ ଫେବୃଆରୀରେ ଆସନ୍ତ ପଞ୍ଚାୟତ ନିର୍ବାଚନ ହୋଇପାରେ। ହେଲେ କିଛି ବର୍ଷ ହେବ ଫେବୃଆରୀ ମାସରେ ମାଟ୍ରିକ୍‌ ପରୀକ୍ଷା ହେଉଛି। ଏପରି ସ୍ଥିତିରେ ପଞ୍ଚାୟତ ନିର୍ବାଚନ ଓ ମାଟ୍ରିକ୍ ପରୀକ୍ଷା ଗୋଟିଏ ସମୟରେ କରାଯିବା ସମ୍ଭବ ନୁହେଁ। ସେ ଦୃଷ୍ଟିରୁ ବୋର୍ଡ ପରୀକ୍ଷା ସମୟ ଘୁଞ୍ଚାଇ ଦେବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି, ନିର୍ବାଚନ ପରିଚାଳନାରେ ଶିକ୍ଷକଙ୍କୁ ନିୟୋଜିତ କରାଯିବା ଓ ସ୍କୁଲରେ ଭୋଟ ଗ୍ରହଣ କେନ୍ଦ୍ର କରାଯାଉ ଥିବାରୁ ବୋର୍ଡ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି।

ସେହିପରି ନିର୍ବାଚନ ସମୟରେ ପରୀକ୍ଷା କରାଗଲେ ପ୍ରଶ୍ନପତ୍ରର ସୁରକ୍ଷା ଓ ନୋଡାଲ ସେଣ୍ଟର ଖୋଲିବାରେ ସମସ୍ୟା ସୃଷ୍ଟି ହେବ ବୋଲି ମଧ୍ୟ ବୋର୍ଡ ଆଶଙ୍କା କରୁଛି।

ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ସୁଶାନ୍ତ ଦାସ କହିଛନ୍ତି,“ସ୍କୁଲ ଓ ଗଣଶିକ୍ଷା ବିଭାଗ ମାଧ୍ୟମରେ ଆମେ କମିଶନଙ୍କୁ ପ୍ରସ୍ତାବିତ ତାରିଖ ଅନୁମୋଦନ ପାଇଁ ପଠାଇଛୁ। ଫେବୃଆରୀ ମାସରେ ନିର୍ବାଚନ ହେବ। ତେଣୁ ନିର୍ବାଚନ ସମୟରେ ପରୀକ୍ଷା କରାଯାଇପାରିବ ନାହିଁ। ଫେବୃଆରୀ ମାସରେ ନିର୍ବାଚନ ସରିବା ପରେ ପରୀକ୍ଷା କରାଯିବ।”

ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତ କାର୍ଯ୍ୟକାଳ ଶେଷ ହେଉଛି। ତା’ ପୂର୍ବରୁ ନିର୍ବାଚନ ସାରିବାକୁ ରାଜ୍ୟ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି। ଆନୁଷ୍ଠାନିକ ଭାବେ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଫେବୃଆରୀରେ ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବାକୁ ବୋର୍ଡ କର୍ତ୍ତୃପକ୍ଷ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଥିବା ରାଜ୍ୟ ନିର୍ବାଚନ କମିଶନ ରବୀନ୍ଦ୍ର ନାଥ ସାହୁ କହିଛନ୍ତି। ସେ କହିଛନ୍ତି,“୬ ଲକ୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କିପରି ସୁରୁଖୁରରେ ମାଟ୍ରିକ ପରୀକ୍ଷା ଓ ନିର୍ବାଚନ ହେବ ସେ ନେଇ ବ୍ୟବସ୍ଥା କରିବାକୁ ଆମେ ବୋର୍ଡ ଓ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କହିଛୁ।”

ଜଣେ ଛାତ୍ର କହିଛନ୍ତି,“ ଫେବୃଆରୀରେ ପରୀକ୍ଷା ହେଉଥିବାରୁ ଆମେ ସେହି ଅନୁସାରେ ପ୍ରସ୍ତୁତ ହେଉଥିଲୁ। ଏବେ ପରୀକ୍ଷା ଘୁଞ୍ଚାଇ ଦିଆଯିବ ବୋଲି ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଫେବୃଆରୀରେ ପରୀକ୍ଷା ହେଲେ ମାର୍ଚ୍ଚ ଶେଷକୁ ପରୀକ୍ଷା ଫଳ ପ୍ରକାଶ ପାଉଥିଲା। ଫଳରେ ଆମେ ଆଗକୁ କ’ଣ ପଢିବୁ, କେଉଁଟା ଆମ ପାଇଁ ଭଲ ହେବ ତାହା ବିଚାର କରିବାକୁ ଆମକୁ ବହୁତ ସମୟ ମିଳୁଥିଲା। ଯଦି ପରୀକ୍ଷା ଘୁଞ୍ଚିବ ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ଓ କଲେଜରେ ନାମଲେଖାରେ ବିଳମ୍ବ ହେବ। ଯାହା ଆମ ଭବିଷ୍ୟତ ଉପରେ ପ୍ରଭାବ ପକାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story