ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା କାର୍ଯ୍ୟସୂଚୀ

କଟକ: ୨୦୧୭ ଫେବୃଆରୀ ୨୮ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ଏଥିପାଇଁ ବୋର୍ଡ କର୍ତ୍ତୃପକ୍ଷ ଆଜି ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଫେବୃଆରୀ ୨୮ରେ ପ୍ରଥମ ଭାଷା ପରୀକ୍ଷା ହେବ। ମାର୍ଚ୍ଚ ୨ ତାରିଖରେ ଦ୍ୱିତୀୟ ଭାଷା ଓ ୪ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ। ସେହିପରି ମାର୍ଚ୍ଚ ୬ ତାରିଖରେ ଗଣିତ, ୮ ତାରିଖରେ ବିଜ୍ଞାନ, ୧୦ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ନଭେମ୍ବର ୧ରୁ ୨୨ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନ୍‌ଲାଇନରେ ଫର୍ମପୂରଣ କରିପାରିବେ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ରେଗୁଲାର ପରୀକ୍ଷାର୍ଥୀଙ୍କ ଠାରୁ କୌଣସି ଫି’ ନିଆଯିବ ନାହିଁ ବୋଲି ବୋର୍ଡ ସଭାପତି ଶାସାନ୍ତ ଦାସ କହିଛନ୍ତି।