ମାଟ୍ରିକ ପରି ୫ମ ଓ ୭ମ ଶ୍ରେଣୀରେ ବି ହେବ ବୋର୍ଡ ପରୀକ୍ଷା

ଭୁବନେଶ୍ୱର: କେବଳ ମାଟ୍ରିକ ନୁହେଁ ପଞ୍ଚମ ଓ ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି। କେନ୍ଦ୍ରରୁ ସବୁଜ ସଙ୍କେତ ମିଳିଲେ ରାଜ୍ୟ ସରକାର ଏ ଦିଗରେ ଆଗକୁ ବଢିବ। ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଲେ ସ୍କୁଲସ୍ତରରେ ପିଲାଙ୍କୁ ୩ଟି ବୋର୍ଡ ପରୀକ୍ଷା ଦେବାକୁ ପଡିବ। କିଛି ବର୍ଷ ହେଲା ମାଟ୍ରିକକୁ ଛାଡି ସ୍କୁଲସ୍ତରରେ […]

broad

broad

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 05:41 PM IST

Sports

Latest News

ଭୁବନେଶ୍ୱର: କେବଳ ମାଟ୍ରିକ ନୁହେଁ ପଞ୍ଚମ ଓ ସପ୍ତମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅବଗତ କରାଯାଇଛି। କେନ୍ଦ୍ରରୁ ସବୁଜ ସଙ୍କେତ ମିଳିଲେ ରାଜ୍ୟ ସରକାର ଏ ଦିଗରେ ଆଗକୁ ବଢିବ।

ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଲେ ସ୍କୁଲସ୍ତରରେ ପିଲାଙ୍କୁ ୩ଟି ବୋର୍ଡ ପରୀକ୍ଷା ଦେବାକୁ ପଡିବ। କିଛି ବର୍ଷ ହେଲା ମାଟ୍ରିକକୁ ଛାଡି ସ୍କୁଲସ୍ତରରେ ଉଚ୍ଛେଦ ହୋଇଥିବା ବୋର୍ଡ ପରୀକ୍ଷାକୁ ପୁଣି ଥରେ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏ ନେଇ ଏକ ଖସଡା ପ୍ରସ୍ତୁତ କରିଛି। ପ୍ରସ୍ତାବ ଅନୁଯାୟୀ ୫ମ ଓ ୭ମ ଶ୍ରେଣୀରେ ବୋର୍ଡ ପରୀକ୍ଷା ଲାଗୁ ହେବ। ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ବୋର୍ଡ ପରୀକ୍ଷା କରିବା ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅବଗତ କରିଛି। ଏହି ନୂଆ ବ୍ୟବସ୍ଥା ଲାଗୁ ହେଲେ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକାର ପ୍ରଶ୍ନପତ୍ର ପ୍ରସ୍ତୁତ ହେବ।

ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ପ୍ରସ୍ତାବିତ ବୋର୍ଡ ପରୀକ୍ଷା ବ୍ୟବସ୍ଥାକୁ ଶିକ୍ଷାବିତମାନେ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ଶିକ୍ଷାର ମାନ ବୃଦ୍ଧି ସହ ପାଠପଢାରେ ଛାତ୍ରଛାତ୍ରୀ ଅଧିକ ଗୁରୁତ୍ୱ ଦେବେ ବୋଲି ଶିକ୍ଷାବିତ ନିରଞ୍ଜନ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos