ବୁଧବାର ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ

କଟକ: ଏପ୍ରିଲ୍ ୨୭ ତାରିଖରେ (ବୁଧବାର) ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ସେହି ଦିନ ସକାଳ ୯ଟାରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ଆଜି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି। ସେ କହିଛନ୍ତି,“ବୋର୍ଡ କାର୍ଯ୍ୟାଳୟରେ ସକାଳ ୯ଟାରେ ବିଧିବଦ୍ଧ ଭାବେ ମାଟ୍ରିକ୍ ପରୀକ୍ଷା ଫଳ ଘୋଷଣା କରାଯିବା ପରେ ସକାଳ ୧୦ଟାରୁ ଦୁଇଟି ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ […]

matric-result

matric-result

Rakesh Mallick
  • Published: Monday, 25 April 2016
  • Updated: 25 April 2016, 02:53 PM IST

Sports

Latest News

matric-resultକଟକ: ଏପ୍ରିଲ୍ ୨୭ ତାରିଖରେ (ବୁଧବାର) ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ସେହି ଦିନ ସକାଳ ୯ଟାରେ କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରାଯିବ ବୋଲି ଆଜି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି।

ସେ କହିଛନ୍ତି,“ବୋର୍ଡ କାର୍ଯ୍ୟାଳୟରେ ସକାଳ ୯ଟାରେ ବିଧିବଦ୍ଧ ଭାବେ ମାଟ୍ରିକ୍ ପରୀକ୍ଷା ଫଳ ଘୋଷଣା କରାଯିବା ପରେ ସକାଳ ୧୦ଟାରୁ ଦୁଇଟି ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ସେଇ ୱେବ୍‌ସାଇଟ୍‌ଗୁଡ଼ିକ ହେଉଛି www.bseodisha.nic.comwww.indiaresults.com । ଏଇ ପରୀକ୍ଷା ଫଳ ମୋବାଇଲ୍‌ରେ ମଧ୍ୟ ଉପଲବ୍ଧ ହେବ। ମୋବାଇଲ୍‌ରେ ORI-10 ପରେ ସ୍ପେସ୍ ଦେଇ ନିଜ ରୋଲ୍ ନମ୍ବର ଲେଖି ୫୮୮୮୮କୁ ଏସ୍‌ଏମ୍‌ଏସ୍‌ କଲେ ଛାତ୍ରଛାତ୍ରୀମାନେ ନିଜ ପରୀକ୍ଷା ଫଳ ଜାଣିପାରିବେ।”

ପିଲାମାନେ ପରୀକ୍ଷା ଫଳ ପ୍ରକାଶିତ ହେବା ଦିନ ହିଁ ଅନ୍‌ଲାଇନ୍‌ରେ ସେମାନଙ୍କ ମାର୍କ ଜାଣିପାରିବେ ବୋଲି ବୋର୍ଡ ସଭାପତି କହିଛନ୍ତି। ତେବେ ପିଲାମାନେ କେବେ ସାର୍ଟିଫିକେଟ୍ ପାଇବେ ସେ ନେଇ ପରୀକ୍ଷା ଫଳ ପ୍ରକାଶିତ ହେଲା ଦିନ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।

ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି,“ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀମାନେ ମାର୍କ ରିଆଡିଶନ୍ କରିବା ପାଇଁ ମେ’ ୨ରୁ ୧୧ (ମଧ୍ୟରାତ୍ର) ମଧ୍ୟରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ମାର୍କ ରିଆଡିଶନ୍‌ର ପ୍ରକ୍ରିୟା ସଂପର୍କରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.indiaresults.comରୁ ସବ୍ୟ ତଥ୍ୟ ପାଇପାରିବେ ଓ ସେଥିରେ ହିଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଚଳିତବର୍ଷ ରେକର୍ଡ ସଂଖ୍ୟକ ୬,୦୧,୩୪୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଫେବୃୟାରୀ ୨୨ରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଗତ ୪ ତାରିଖରେ ଶେଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos