ଏମ୍‌ସିଏଲ୍‌ କେନ୍ଦ୍ରୀୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏମ୍‌ସିଏଲ୍‌ କେନ୍ଦ୍ରୀୟ ଚିକିତ୍ସାଳୟର ଏକ୍ସରେ ରୁମ୍‌ରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଆଜି ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ଏକ୍ସରେ ମେସିନ୍‌ ଓ ଆସବାବପତ୍ର ପୋଡି ଯାଇଛି। ନିଆଁ ଲାଗିବା ଯୋଗୁଁ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଏମ୍‌ସିଏଲ୍‌ ଅଗ୍ନିଶମ ବିଭାଗ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏକ୍ସରେ ରୁମ୍‌ଠାରୁ ୱାର୍ଡ଼ ଗୁଡ଼ିକ ଦୂରରେ ଥିବାରୁ ରୋଗୀଙ୍କର କୌଣସି କ୍ଷତି ଘଟିନି। ପୋଲିସ୍‌ ଘଟଣାର ପହଞ୍ଚି ତଦନ୍ତ କରୁଛି।

ଗତ ସୋମବାର ଭୁବନେଶ୍ୱରରେ ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୨୬ ଜଣ ରୋଗୀଙ୍କ ମୃତ୍ୟ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ହସ୍ପିଟାଲର ମାଲିକ ମନୋଜ ନାୟକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି।