ଗଣମାଧ୍ୟମ ବିଶ୍ୱାସ ବଜାୟ ରଖିବାକୁ ଉଦ୍ୟମ କରୁ: ଚେତନ ଭଗତ

ଭୁବନେଶ୍ୱର: ଗଣମାଧ୍ୟମ ଲୋକଙ୍କ ଉପରେ ଏହାର ବିଶ୍ୱାସ ବଜାୟ ରଖିବାକୁ ଉଦ୍ୟମ କରିବା ଉଚିତ୍ ବୋଲି କହିଛନ୍ତି ଦେଶର ଜଣାଶୁଣା ଲେଖକ ଚେତନ ଭଗତ। ଓଟିଭିର ବାର୍ଷିକ ଆଲୋଚନାଚକ୍ର ‘ଫୋରସାଇଟ୍ ୨୦୧୭’ରେ ଯୋଗ ଦେଇ “ମୁଖ୍ୟସ୍ରୋତର ଗଣମାଧ୍ୟମ ମୁଖ୍ୟସ୍ରୋତଠାରୁ ବିଚ୍ଛିନ୍ନ” ଶୀର୍ଷକ ଉପରେ ଆଲୋକପାତ କରି ସେ ଏହା କହିଛନ୍ତି। ଚେତନ ଭଗତ କହିଥିଲେ,“ଗଣମାଧ୍ୟମ ବିଶ୍ୱାସଭାଜନ ହୋଇପାରିଲେ ଲୋକପ୍ରିୟତା ବଢ଼ିବ। ଲୋକପ୍ରିୟତା ବଢ଼ିଲେ ଦର୍ଶକ ବା ପାଠକଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ଲୋକପ୍ରିୟତା ଓ ଦର୍ଶକ ଅବା […]

chetan

chetan

Rakesh Mallick
  • Published: Saturday, 04 February 2017
  • Updated: 04 February 2017, 06:47 PM IST

ଭୁବନେଶ୍ୱର: ଗଣମାଧ୍ୟମ ଲୋକଙ୍କ ଉପରେ ଏହାର ବିଶ୍ୱାସ ବଜାୟ ରଖିବାକୁ ଉଦ୍ୟମ କରିବା ଉଚିତ୍ ବୋଲି କହିଛନ୍ତି ଦେଶର ଜଣାଶୁଣା ଲେଖକ ଚେତନ ଭଗତ। ଓଟିଭିର ବାର୍ଷିକ ଆଲୋଚନାଚକ୍ର ‘ଫୋରସାଇଟ୍ ୨୦୧୭’ରେ ଯୋଗ ଦେଇ “ମୁଖ୍ୟସ୍ରୋତର ଗଣମାଧ୍ୟମ ମୁଖ୍ୟସ୍ରୋତଠାରୁ ବିଚ୍ଛିନ୍ନ” ଶୀର୍ଷକ ଉପରେ ଆଲୋକପାତ କରି ସେ ଏହା କହିଛନ୍ତି।

ଚେତନ ଭଗତ କହିଥିଲେ,“ଗଣମାଧ୍ୟମ ବିଶ୍ୱାସଭାଜନ ହୋଇପାରିଲେ ଲୋକପ୍ରିୟତା ବଢ଼ିବ। ଲୋକପ୍ରିୟତା ବଢ଼ିଲେ ଦର୍ଶକ ବା ପାଠକଙ୍କ ସଂଖ୍ୟା ମଧ୍ୟ ବଢ଼ିବ। ଲୋକପ୍ରିୟତା ଓ ଦର୍ଶକ ଅବା ପାଠକଙ୍କ ସଂଖ୍ୟା ବଢ଼ିଲେ ଭଲ ବ୍ୟବସାୟ ମଧ୍ୟ ହେବ। କିନ୍ତୁ ବେଳେ ବେଳେ ଲୋକପ୍ରିୟତା ଓ ଅଧିକ ଦର୍ଶକ ଅବା ପାଠକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଗଣମାଧ୍ୟମଗୁଡ଼ିକ ବିଶ୍ୱାସ ହରାଉଛନ୍ତି। ବିଶ୍ୱାସ ହରାଇଲେ ଲୋକେ ସଂପୃକ୍ତ ଗଣମାଧ୍ୟମକୁ ଦେଖିବେ ନାହିଁ।”

ସେ ଆହୁରି କହିଥିଲେ,“ଏବେ ଲୋକଙ୍କ ବିଶ୍ୱାସଭାଜନ ହୋଇ ରହିଥିବା ମିଡିଆ ଅବା ବ୍ୟକ୍ତି ଓ ସଂସ୍ଥାଙ୍କ ସଂଖ୍ୟା କମ୍। ବିଶ୍ୱାସକୁ ବଜାୟ ରଖିଲେ ଲୋକପ୍ରିୟତା ବଢ଼ିବ। ଯିଏ ବିଶ୍ୱାସ ବଜାୟ ରଖିପାରିବ ସେ ନେତୃତ୍ୱ ନେବ।”

ଯେକୌଣସି ପରିସ୍ଥିତିରେ ବି ଗଣମାଧ୍ୟମ କେବେ ବି ସତ୍ୟପଥରୁ ବିଚ୍ୟୁତ ହେବା ଉଚିତ୍ ନୁହେଁ ବୋଲି ସେ କହିଥିଲେ। ସତ୍ୟର ସର୍ବଦା ବିଜୟ ହୁଏ ବୋଲି ରାମାୟଣ ଓ ମହାଭାରତ ଭଳି ଗ୍ରନ୍ଥରେ ଲେଖା ଅଛି। ଆଉ ଏହା କାଳେ କାଳେ ସତ ବୋଲି ସେ କହିଥିଲେ।

ଚେତନ କହିଥିଲେ,“ଗଣମାଧ୍ୟମ କାହାକୁ ପକ୍ଷପାତିତା କରି ପ୍ରଶଂସା କରିବା ଉଚିତ୍ ନୁହେଁ କି ସମାଲୋଚନା କରିବା ଉଚିତ୍ ନୁହେଁ। ସର୍ବଦା ସତ୍ୟର ସନ୍ଧାନ କରିବା ଉଚିତ୍। ତା’ହେଲେ ଲୋକେ କହିବେ ଏହି ଗଣମାଧ୍ୟମ କିଛି ଗଡ଼ବଡ଼ କରୁନି, ୟାକୁ ଦେଖିବା।”

ଏହା ସହିତ ଭଲ ଲେଖା, ଭଲ ଟେଲିଭିଜନ ପ୍ରୋଗ୍ରାମ୍ ଉପରେ ଗଣମାଧ୍ୟମ ଗୁରୁତ୍ୱ ଦେବା ଉଚିତ୍ ବୋଲି ଚେତନ କହିଥିଲେ।

ସେ କହିଥିଲେ,“ଏବେ ଗଣମାଧ୍ୟମ କିଛି ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହେଉଛି। ତେବେ ତାହା କିଛି ନୁହେଁ। କାରଣ ଏହା ସତ ଯେ ସମାଜରେ ଗଣମାଧ୍ୟମର ବଡ଼ ଭୂମିକା ରହିଛି। ଏହା ଖୁବ୍ ଶକ୍ତିଶାଳୀ।”

ଗଣମାଧ୍ୟମ ପାଇଁ ସୋସିଆଲ୍ ମିଡିଆ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଚେତନ କହିଥିଲେ। ସେ କହିଥିଲେ,“ଦେଶବିଦେଶର ଖବର ଜାଣିବା ପାଇଁ ଗଣମାଧ୍ୟମ ଆଉ ଏକମାତ୍ର ମାଧ୍ୟମ ହୋଇ ରହିନାହିଁ। ସୋସିଆଲ୍ ମିଡିଆର ଆବିର୍ଭାବ ହୋଇଛି। ମୁଁ ଦିନ ଯାକ ଟିଭି ନ ଦେଖିଲେ କି ଖବର କାଗଜ ନ ପଢ଼ିଲେ ମଧ୍ୟ ସୋସିଆଲ୍ ମିଡିଆରେ ସାରା ବିଶ୍ୱର ଖବର ଜାଣି ପାରିବି। ତେବେ ଏଥିରେ ଏକ ରୋଚକ ଜିନିଷ ମଧ୍ୟ ରହିଛି। ସୋସିଆଲ୍ ମିଡିଆ ଖବର ପାଉଛି କେଉଁଠୁ? ମିଡିଆରୁ ଖବର ଆଣୁଛି ସୋସିଆଲ୍ ମିଡିଆ। କିନ୍ତୁ ସେହି ମିଡିଆକୁ ଗାଳି ମଧ୍ୟ ଦେଉଛି ସୋସିଆଲ୍ ମିଡିଆ।”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos