ରସଗୋଲାର ଜିଆଇ ମାନ୍ୟତା ନେଇ ଆଜି ବୈଠକ

ଭୁବନେଶ୍ୱର: ପୁଣି ଫେରିଲା ରସଗୋଲା ପ୍ରସଙ୍ଗ। ରସଗୋଲା ଓଡ଼ିଶାର, ଏହି ଦାବି ନେଇ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଜିଓଗ୍ରାଫିକାଲ ଇଣ୍ଡିକେସନ ବା ଜିଆଇ ମାନ୍ୟତା ଲାଗି ଦାବି କରିବେ। ତେବେ ଜିଆଇ ଲାଗି କିଭଳି ଆବେଦନ କରାଯିବ, ସେ ନେଇ ଆଲୋଚନା କରିବାକୁ ଶିଳ୍ପ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ବିଜ୍ଞାନ ଓ କାରିଗରୀ କୌଶଳ, ଏମ୍‌ଏସ୍‌ଏମ୍‌ଇ ଓ ସଂସ୍କୃତି […]

rasagulla

rasagulla

Rakesh Mallick
  • Published: Wednesday, 02 August 2017
  • Updated: 02 August 2017, 10:33 AM IST

Sports

Latest News

ଭୁବନେଶ୍ୱର: ପୁଣି ଫେରିଲା ରସଗୋଲା ପ୍ରସଙ୍ଗ। ରସଗୋଲା ଓଡ଼ିଶାର, ଏହି ଦାବି ନେଇ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଜିଓଗ୍ରାଫିକାଲ ଇଣ୍ଡିକେସନ ବା ଜିଆଇ ମାନ୍ୟତା ଲାଗି ଦାବି କରିବେ। ତେବେ ଜିଆଇ ଲାଗି କିଭଳି ଆବେଦନ କରାଯିବ, ସେ ନେଇ ଆଲୋଚନା କରିବାକୁ ଶିଳ୍ପ ନିର୍ଦ୍ଦେଶାଳୟର ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ।

ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ବିଜ୍ଞାନ ଓ କାରିଗରୀ କୌଶଳ, ଏମ୍‌ଏସ୍‌ଏମ୍‌ଇ ଓ ସଂସ୍କୃତି ବିଭାଗର ସଚିବ ତଥା କମିଶନର ଯୋଗଦେବା ଲାଗି ଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ଦୁଇ ଦିନ ତଳେ ଚିଠି କରାଯାଇଥିଲା। ବୈଠକରେ ଜିଆଇ ପାଇଁ କିଭଳି ଦାବି କରାଯିବ ସେ ନେଇ ସରକାରଙ୍କ ପକ୍ଷରୁ ଗଠିତ ୮ ଜଣିଆ କମିଟି ଆଲୋଚନା କରିବେ।

ରସଗୋଲାର ଉତ୍ପତ୍ତିକୁ ନେଇ ଦୁଇ ବର୍ଷ ତଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗ ସରକାର ରସଗୋଲାର ଜିଆଇ ମାନ୍ୟତା ପାଇଁ ଚେନ୍ନାଇ ସ୍ଥିତ ଭାରତୀୟ ଭୌତିକ ସମ୍ପତ୍ତି କାର୍ଯ୍ୟାଳୟରେ ଆବେଦନ କରିଛନ୍ତି।

ସେପଟେ ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏକ ରସଗୋଲା କ୍ଲଷ୍ଟର ତିଆରି ଲାଗି ନିଷ୍ପତ୍ତି ନେଇଛନ୍ତି ସରକାର। ଏଥିପାଇଁ ୭ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଜିଆଇ ମାନ୍ୟତା ପୂର୍ବରୁ ଏହି କ୍ଲଷ୍ଟର ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos