ମିଡ୍‌ ନାଇଟ୍‌ ପରେ ମିଡ୍‌ ଡେ’ରେ ଭିଡ଼

ଭୁବନେଶ୍ୱର: ୨୦୧୨ ମେ ୨୯ ପରେ ୨୦୧୭ ମାର୍ଚ୍ଚ ୨୦। ଦିନ ଅଲଗା, ହେଲେ ଭିଡ଼ ସମାନ। ସେଦିନ ରାତି ଥିଲା, ଆଜି ଦିନ। ସ୍ଥାନ ବି ଗୋଟିଏ। ଏହା ହେଉଛି ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହିଦନଗର ବାସଭବନର କଥା। ସେ ଦିନ ଥିଲା ମିଡ୍‌ ନାଇଟ୍‌ ଆଉ ଆଜି ହେଉଛି ମିଡ୍‌ ଡେ’। ୨୦୧୨ ମେ ୨୯ ମିଡ୍‌ ନାଇଟ୍‌ରେ ସ୍ୱର୍ଗତ ମହାପାତ୍ର ନବୀନଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଭିଡ […]

pyari1

pyari1

Rakesh Mallick
  • Published: Monday, 20 March 2017
  • Updated: 20 March 2017, 06:11 PM IST

Sports

Latest News

ଭୁବନେଶ୍ୱର: ୨୦୧୨ ମେ ୨୯ ପରେ ୨୦୧୭ ମାର୍ଚ୍ଚ ୨୦। ଦିନ ଅଲଗା, ହେଲେ ଭିଡ଼ ସମାନ। ସେଦିନ ରାତି ଥିଲା, ଆଜି ଦିନ। ସ୍ଥାନ ବି ଗୋଟିଏ। ଏହା ହେଉଛି ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ସହିଦନଗର ବାସଭବନର କଥା। ସେ ଦିନ ଥିଲା ମିଡ୍‌ ନାଇଟ୍‌ ଆଉ ଆଜି ହେଉଛି ମିଡ୍‌ ଡେ’। ୨୦୧୨ ମେ ୨୯ ମିଡ୍‌ ନାଇଟ୍‌ରେ ସ୍ୱର୍ଗତ ମହାପାତ୍ର ନବୀନଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଭିଡ ଲାଗିଥିଲା ଏକାଧିକ ବିଜେଡି ସାଂସଦ ଓ ବିଧାୟକଙ୍କର। ହେଲେ ଆଜିର ଭିଡ଼ ତାଙ୍କୁ ଶେଷ ଦର୍ଶନ କରିବାକୁ। ଫରକ୍‌ ଏତିକି ମିଡ଼ ନାଇଟ୍‌ରେ ବିଜେଡି ନେତାଙ୍କୁ ଦେଖିବାକୁ ମିଳିଥିବା ବେଳେ ମିଡ଼ ଡେ’ରେ ସବୁ ଦଳର ନେତାଙ୍କଠାରୁ ଆରମ୍ଭ କରି ତାଙ୍କୁ ଭଲ ପାଉଥିବା ଲୋକଙ୍କୁ ଦେଖିବାକୁ ମିଳିଥିଲା।

ସ୍ୱର୍ଗତ ମହାପାତ୍ରଙ୍କ ଶେଷ ଦର୍ଶନ କରିବାକୁ ଏକାଠି ହୋଇଥିଲେ ସବୁ ଦଳର ନେତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏୟାରପୋର୍ଟରେ ସ୍ୱର୍ଗତ ମହାପାତ୍ରଙ୍କ ଶେଷ ଦର୍ଶନ କରିବ ସହ ଶ୍ରଦ୍ଧାଞ୍ଜଳି ଜଣାଇତିଲେ। ସାଂସଦ ବୈଜୟନ୍ତ ପଣ୍ଡା, ପ୍ରସନ୍ନ ପାଟ୍ଟଶାଣୀ, ଅନୁଭବ ମହାନ୍ତି, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଉଷା ପାଢ଼ୀ, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ପାଣିଗ୍ରାହୀରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ବିଜେଡି ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ଏକାଧିକ ଦଳୀୟ ନେତା ଏୟାରପୋର୍ଟ ଓ ସହିଦନଗର ବାସଭବନରେ ତାଙ୍କର ଶେଷ ଦର୍ଶନ କରିଥିଲେ।

କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ୱର୍ଗତ ମହାପାତ୍ର, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ଭୃଗୁ ବକ୍ସପାତ୍ର ତାଙ୍କ ଶେଷ ଦର୍ଶନ କରିଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ପ୍ରଦୀପ ମାଝି ମଧ୍ୟ ସ୍ୱର୍ଗତ ମହାପାତ୍ରଙ୍କ ଶେଷ ଦର୍ଶନ କରିଥିଲେ।

କେବଳ ରାଜନେତା ନୁହେଁ ବ୍ୟୁରୋକ୍ରାଟ୍‌ ଓ ସାଧାରଣ ଜନତାଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା ସହିଦନଗରରେ। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ଉନ୍ନୟନ କମିଶନ ବାଲ କ୍ରିଷ୍ଣନ ଏବଂ ଅନ୍ୟମାନେ ତାଙ୍କ ଶେଷ ଦର୍ଶନ କରିଥିଲେ।

ତେବେ ମିଡ଼ ନାଇଟ୍‌ ଅପରେଶନ ବେଳେ ସ୍ୱଗର୍ତ ମହାପାତ୍ରଙ୍କ ବାସଭବନରେ ଦେଖାଯାଇଥିବା କିଛି ବିଜେଡି ନେତାଙ୍କୁ ଆଜି ଦେଖିବାକୁ ମିଳି ନ ଥିଲା। ସେଦିନର ଘଟଣା ପରେ ନବୀନଙ୍କ ନାଲି ଆଖି ଏମିତି ଥିଲେ ଯେ କିଛି ନେତା ଏବେ ବି ସେ ଭୟରୁ ବାହାରି ପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos