ମଧ୍ୟାହ୍ନ ଭୋଜନ ଖାଇ ୪୦ ପିଲା ଅସୁସ୍ଥ

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଇନ୍ଦ୍ରଗୋବିନ୍ଦ ନୋଡ଼ାଲ ସ୍କୁଲର ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ି ଥିଲେ। ସେମାନଙ୍କୁ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମାତ୍ର କେମିତି ମଧ୍ୟାହ୍ନ ଭୋଜନ ବିଷାକ୍ତ ହେଲା ତାହା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଚାଲିଛି। ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସରକାର […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 06:22 PM IST

Sports

Latest News

ଭଦ୍ରକ (ଓଡ଼ିଶା ରିପୋର୍ଟର): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଇନ୍ଦ୍ରଗୋବିନ୍ଦ ନୋଡ଼ାଲ ସ୍କୁଲର ୪୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇପଡ଼ି ଥିଲେ। ସେମାନଙ୍କୁ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମାତ୍ର କେମିତି ମଧ୍ୟାହ୍ନ ଭୋଜନ ବିଷାକ୍ତ ହେଲା ତାହା ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଚାଲିଛି।

ପିଲାମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏବେ ଏହି ମଧ୍ୟାହ୍ନ ଭୋଜନ ପିଲାମାନଙ୍କ ପାଇଁ ଅଭିଷାପ ପାଲିଛି। ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମ୍‌ଖିଆଲ୍‌ ନୀତି ପାଇଁ କେତେକେଳେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ୁଛି ତ ଆଉ କେତେବେଳେ ବିଛା। ପରେ ସେହି ମଧ୍ୟାହ୍ନ ଭୋଜନ ଖାଇ ପିଲାମାନେ ଅସୁସ୍ଥ ହୋଇପଡ଼ୁଛନ୍ତି।  ଏଥିପ୍ରତି ପ୍ରଶାସନ ନଜର ଦେବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos