ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଉପରକୁ ଚେୟାର ଫିଙ୍ଗିଲେ ଛାତ୍ରଛାତ୍ରୀ

ministerବ୍ରହ୍ମଗିରି: ବ୍ରହ୍ମଗିରି ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟରେ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଉପରକୁ ଛାତ୍ରଛାତ୍ରୀମାନେ ଚେୟାର ଫିଙ୍ଗିଛନ୍ତି। ପରେ ମନ୍ତ୍ରୀଙ୍କ ସମର୍ଥକ ଓ ପୋଲିସ୍‌ ଛାତ୍ରଛାତ୍ରୀମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ  ଉତ୍ତେଜନା ଲାଗି ରହିଛି।

ମନ୍ତ୍ରୀ ଦାସବର୍ମା ଆଜି କଲେଜରେ ଏକ ଉତ୍ସବରେ ଯୋଗଦେବାକୁ ଆସିଥିବା ବେଳେ ଏହି ଘଟଣା ଘଟିଛି। ମନ୍ତ୍ରୀ ସଭାମଞ୍ଚକୁ ଯାଉଥିବା ବେଳେ କିଛି ଛାତ୍ରଛାତ୍ରୀ ତାଙ୍କ ଉପରକୁ ଚେୟାର ଫିଙ୍ଗି ଥିଲେ। ତେବେ କାହିଁକି ପିଲାମାନେ ଚେୟାର ଫୋପାଡ଼ିଲେ ତା’ର କାରଣ ସ୍ପଷ୍ଟ ହୋଇନାହିଁ।