ତଥାଗତଙ୍କ କଥା ରଖିଲେ କେନ୍ଦ୍ରମନ୍ତ୍ରୀ: ଇଂରାଜୀରେ ପଠାଇଲେ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୀ ଭାଷାର ଚିଠି ଲେଖାକୁ ନେଇ ଚାଲିଥିବା ବିବାଦର ଅବସାନ ଘଟିଛି। ବିଜେଡି ସାଂସଦ ତଥାଗତ ସତପଥୀଙ୍କ କଥାକୁ ସମ୍ମାନ ଜଣାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଇଂରାଜୀ ଭାଷାରେ ଚିଠି ଲେଖିଛନ୍ତି। ଚିଠି ପାଇବା ପରେ ତଥାଗତ ଖୁସି ଜାହିର କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ହିନ୍ଦୀରେ ଭାଷାରେ ଚିଠି ଲେଖିବା କୌଣସି ଦୋଷାବହ ନୁହେଁ। ଏକଥା ଜଣି ମଧ୍ୟ ତଥାଗତ ହିନ୍ଦୀ ପଢ଼ିପାରୁ ନଥିବା […]

Rakesh Mallick
  • Published: Monday, 04 September 2017
  • Updated: 04 September 2017, 11:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହିନ୍ଦୀ ଭାଷାର ଚିଠି ଲେଖାକୁ ନେଇ ଚାଲିଥିବା ବିବାଦର ଅବସାନ ଘଟିଛି। ବିଜେଡି ସାଂସଦ ତଥାଗତ ସତପଥୀଙ୍କ କଥାକୁ ସମ୍ମାନ ଜଣାଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଇଂରାଜୀ ଭାଷାରେ ଚିଠି ଲେଖିଛନ୍ତି। ଚିଠି ପାଇବା ପରେ ତଥାଗତ ଖୁସି ଜାହିର କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ହିନ୍ଦୀରେ ଭାଷାରେ ଚିଠି ଲେଖିବା କୌଣସି ଦୋଷାବହ ନୁହେଁ। ଏକଥା ଜଣି ମଧ୍ୟ ତଥାଗତ ହିନ୍ଦୀ ପଢ଼ିପାରୁ ନଥିବା ନେଇ ଚିଠି ଲେଖିଥିଲେ। ତଥାଗତଙ୍କ କଥାକୁ ସମ୍ମାନ ଜଣାଇ କେନ୍ଦ୍ର ମନ୍ତ୍ରୀ ଇଂରାଜୀରେ ଚିଠି ଲେଖିଛନ୍ତି।

୨୦୨୨ ଭିଜନ ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗତ ୧୧ ତାରିଖରେ କେନ୍ଦ୍ରମନ୍ତ୍ରୀ ତୋମାର ତଥାଗତଙ୍କୁ ଏକ ପତ୍ର ଲେଖିଥିଲେ। ଉକ୍ତ ଚିଠିଟି ହିନ୍ଦୀ ଭାଷାରେ ଲେଖାଯାଇଥିଲା। ଏହାକୁ ତଥାଗତ ବିରୋଧ କରିଥିଲେ। କେବଳ ସେତିକି ନୁହଁ ସାଂସଦ ତଥାଗତ ଏ ସମ୍ପର୍କରେ ଟ୍ୱିଟ୍ ମଧ୍ୟ କରିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରତିଉତ୍ତର ଦେବାକୁ ଯାଇ ହିନ୍ଦୀ ବୁଝିବାକୁ ସେ ଅକ୍ଷମ ବୋଲି ଲେଖିଛନ୍ତି। ଏପରିକି ତଥାଗତ କେନ୍ଦ୍ରସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos