ମିଶନ ୧୨୦: ମୂଳଦୁଆ ପକାଇବାକୁ ୬ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୧୨୦ ଆସନ ହାତେବାକୁ ବିଜେପିର ବନାଉଛି ରୋଡମ୍ୟାପ୍‌। ଏଥିପାଇଁ ମୂଳଦୁଆ ପକାବାକୁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ୬ ତାରିଖରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର। ପୂର୍ବ ଗସ୍ତ ବେଳେ ଦେଇଥିବା ଟ୍ୟାକ୍ସର ହିସାବ ନେବେ। ଏହାସହ ୮ ତାରିଖରେ ତାଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ କରିବ ଶକ୍ତି […]

Rakesh Mallick
  • Published: Friday, 01 September 2017
  • Updated: 01 September 2017, 10:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୧୨୦ ଆସନ ହାତେବାକୁ ବିଜେପିର ବନାଉଛି ରୋଡମ୍ୟାପ୍‌। ଏଥିପାଇଁ ମୂଳଦୁଆ ପକାବାକୁ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା। ୬ ତାରିଖରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ବୁଥ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଦେବେ ଗୁରୁମନ୍ତ୍ର। ପୂର୍ବ ଗସ୍ତ ବେଳେ ଦେଇଥିବା ଟ୍ୟାକ୍ସର ହିସାବ ନେବେ। ଏହାସହ ୮ ତାରିଖରେ ତାଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ କରିବ ଶକ୍ତି ପ୍ରଦର୍ଶନ।

ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ଏଥର ରାଜନୀତିରେ ମାଇକ୍ରୋ ମ୍ୟାନେଜମେଣ୍ଟର ପାଠ ପଢାଇବେ କର୍ମକର୍ତ୍ତାଙ୍କୁ। ଫୋକସରେ ରହିବ ୨୦୧୯ରେ ୧୨୦ ଆସନ। ତେବେ ଅମିତ ଶାହା ଏଥର କୌଣସି ବୁଥ୍‌କୁ ଯିବେ ନାହିଁ। ବୁଥ୍ ସ୍ତରର କର୍ମକର୍ତ୍ତା ଭୁବନେଶ୍ୱର ଆସିବେ। ଏଠାରେ ହେବ ମାନସ ମନ୍ଥନ। ଏନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି।

ଆହୁରି ପଢନ୍ତୁ: ଏଠି ପ୍ରଭୁ ଜଗନ୍ନାଥ ଅଛନ୍ତି, ମାଟି ତଳେ ରହିଛି ପ୍ରଚୁର ସମ୍ପଦ, ତଥାପି ଓଡ଼ିଶା ଗରିବ: ଅମିତ ଶାହା

୬ ଓ ୭ ତାରିଖରେ ମୋର୍ଚ୍ଚାଠାରୁ ଆରମ୍ଭ କରି ସଙ୍ଗଠନ ପର୍ଯ୍ୟନ୍ତ ୨୬ଟି ଗ୍ରୁପ୍ ସହିତ ବୈଠକ କରି ବିସ୍ତୃତ ଭାବେ ଖସଡା ପ୍ରସ୍ତୁତ କରି ଟାସ୍କ ଦେବେ ଶାହା। ଶେଷ ଦିନ ୮ ତାରିଖରେ ୯୯୯ ମଣ୍ଡଳର ୩୬ ହଜାର ବୁଥ୍‌ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଜନତା ମଇଦାନରେ ହେବ ବିଶାଳ ସମାବେଶ। ଫୋକସ୍ ରହିବ ମୋଦି ସରକାରଙ୍କ ସଫଳ ଯୋଜନା। ଏହାସହ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଶାହା ଦେବେ ଗୁରୁମନ୍ତ୍ର।

ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତି- “କାର୍ଯ୍ୟକର୍ତ୍ତାଙ୍କ ସମାବେଶ ହେବ। ଶାହା ଓଡ଼ିଶାରେ ୧୨୦ ଆସନର ଲକ୍ଷ୍ୟ ଆମକୁ ଦେଇଛନ୍ତି। ଏବେ ଆମେ ଏହି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛୁ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ପୁରସ୍କାର ପାଇବାପରେ ବିଜେଡି, ନବୀନ ବ୍ରାଣ୍ଡକୁ ନେଇ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲା। ଏହାକୁ କାଉଣ୍ଟର କରିବାକୁ ବିଜେପି ବିଶାଳ କାର୍ଯ୍ୟକର୍ତ୍ତା ସମାବେଶ କରିବାକୁ ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ଆହୁରି ପଢନ୍ତୁ: ଅମିତ୍ ଶାହାଙ୍କ ବାହାସ୍ଫୋଟ, ଓଡ଼ିଶାରେ ୧୨୦ ଜିତିବୁ: ବିଜେଡି କହିଲା- ଦିବାସ୍ୱପ୍ନ, କଂଗ୍ରେସ କହିଲା-ମିଛୁଆ

ଅନ୍ୟପକ୍ଷରେ ନବୀନଙ୍କ ସଫଳତାରେ ବିଜେପି ଭୟଭିତ ହୋଇଯାଇଥିବା ବିଜେଡି କହିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି- “ପ୍ରତ୍ୟେକ ବୁଥ୍‌ରୁ ଲୋକେ ଆସୁଛନ୍ତି କହିବା ବାହୁଲ୍ୟ। ସେ ୧୨୦ ଜିତି ସାରିଲେଣି, ତାଙ୍କ ମନ୍ତ୍ରୀ ଓ ନେତାଙ୍କ କଥାରୁ ଜଣାପଡୁଛି। ଯଦି ସେମାନେ ଜିତି ପାରିବେ, ତେବେ ପ୍ରତ୍ୟେକ କଥାକୁ ନେଇ କାହିଁକି ଏତେ ବିଚଳିତ ହେଉଛନ୍ତି। ୧୨୦ ସିଟ୍‌ ଜିତିବା ହାସ୍ୟାସ୍ପଦ।”

ବିଜେପି ୧୨୦ ଆସନ୍‌ ମିଶନ୍‌କୁ କଂଗ୍ରେସ ମଧ୍ୟ ହାସ୍ୟାସ୍ପଦ କହିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହୀନିପତି କହିଛନ୍ତି- “ଓଡ଼ିଶାର ଲୋକେ ଏତେ ଅଶିକ୍ଷିତ ନୁହନ୍ତି ପଇସା ଦେଇଦେଲେ କି ଗୁଣ୍ଡାଗିରି କରିଦେଲେ ଭୋଟ୍‌ ଦେଇଦେବେ। ଅମିତ ଶାହା ଭଳି ବହୁତ ଲୋକ ଆସନ୍ତି, ଯାଆନ୍ତି ଓ ଆଗକୁ ଯିବେ ମଧ୍ୟ। ଆଙ୍କର ଭିତିରିଆ ବୁଝାମଣାକୁ ଲୋକେ ବୁଝି ସାରିଲେଣି।”

ଆହୁରି ପଢନ୍ତୁ: ୫୦ ବର୍ଷ ପାଇଁ କ୍ଷମତାକୁ ଆସିଛି ବିଜେପି: ଅମିତ ଶାହା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos