ନବୀନଙ୍କୁ ଘାରିଛି ନିର୍ବାଚନ ବିଫଳତା: କରୁଛନ୍ତି ୱାନ ଟୁ ୱାନ ଆଲୋଚନା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡିର ଖରାପ ପ୍ରଦର୍ଶନକୁ ନେଇ ମୁଖିଆ ନବୀନ ପଟ୍ଟନାୟକ ବ୍ୟତିବ୍ୟସ୍ତ ହୋଇ ପଡିଛି। କ’ଣ ପାଇଁ ଏପରି ସ୍ଥିତି ହେଲା, ଯେଉଁଠି ଦଳ ଦୁର୍ବଳ ହୋଇ ଯାଇଛି ସେଠାରେ ପୁଣି କେମିତି ଦୃଢ ହେବ ତାକୁ ନେଇ ଚଲାଇଛନ୍ତି ପୋଷ୍ଟମର୍ଟମ। ନୂଆ ଷ୍ଟାଇଲ ଓ ନୂଆ ରଣନୀତିରେ କରୁଛନ୍ତି ସମୀକ୍ଷା। ପୂର୍ବଭଳି ଜିଲ୍ଲାର ସବୁ ନେତାଙ୍କୁ ଏକାଠି ନ ଡାକି ୱାନ ଟୁ ୱାନ ଡାକୁଛନ୍ତି। ଆଉ ନିର୍ବାଚନ ମଣ୍ଡଳୀରେ କ’ଣ କରିବେ […]

naveen-pattanik

naveen-pattanik

Rakesh Mallick
  • Published: Sunday, 26 March 2017
  • Updated: 26 March 2017, 10:03 PM IST

Sports

Latest News

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡିର ଖରାପ ପ୍ରଦର୍ଶନକୁ ନେଇ ମୁଖିଆ ନବୀନ ପଟ୍ଟନାୟକ ବ୍ୟତିବ୍ୟସ୍ତ ହୋଇ ପଡିଛି। କ’ଣ ପାଇଁ ଏପରି ସ୍ଥିତି ହେଲା, ଯେଉଁଠି ଦଳ ଦୁର୍ବଳ ହୋଇ ଯାଇଛି ସେଠାରେ ପୁଣି କେମିତି ଦୃଢ ହେବ ତାକୁ ନେଇ ଚଲାଇଛନ୍ତି ପୋଷ୍ଟମର୍ଟମ। ନୂଆ ଷ୍ଟାଇଲ ଓ ନୂଆ ରଣନୀତିରେ କରୁଛନ୍ତି ସମୀକ୍ଷା। ପୂର୍ବଭଳି ଜିଲ୍ଲାର ସବୁ ନେତାଙ୍କୁ ଏକାଠି ନ ଡାକି ୱାନ ଟୁ ୱାନ ଡାକୁଛନ୍ତି। ଆଉ ନିର୍ବାଚନ ମଣ୍ଡଳୀରେ କ’ଣ କରିବେ ସେ ନେଇ ବିଧାୟକଙ୍କୁ ଲମ୍ବା ଲିଷ୍ଟ ଧରାଇ ଦେଉଛନ୍ତି।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ଟ୍ୟୁସନ କରିଛନ୍ତି ନବୀନ। ଜୁନାଗଡ଼ର ୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଖାତା ଖୋଲିପାରିନାହିଁ। ୨୦୧୪ ନିର୍ବାଚନ ତୁଳନାରେ ଦଳ ୪୦,୦୦୦ ଭୋଟ କମ ପାଇଛି। କଳାହାଣ୍ଡିର ଅନ୍ୟ ନିର୍ବାଚନ ମଣ୍ଡଳୀରେ ମଧ୍ୟ ସମାନ ସ୍ଥିତି। ଏପରି କାହିଁକି ହେଲା, କାହିଁକି ରେଜଲ୍ଟ ଖରାପ ହେଲା, ସେ ନେଇ ଦିବ୍ୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ ନବୀନ। ଏହାସହ ନିର୍ବାଚନ ମଣ୍ଡଳୀରେ ରହି ଲୋକଙ୍କ ପାଖକୁ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଗାଁକୁ ଗାଁ ବୁଲି ସଂଗଠନ ମଜଭୁତ କରିବା ସହ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ତାଗିଦ କରିଛନ୍ତି।

ଦିବ୍ୟଶଙ୍କର କହିଛନ୍ତି,“ମୁଖ୍ୟମନ୍ତ୍ରୀ ଦଳୀୟ ସ୍ଥିତି ସମୀକ୍ଷା କରିଛନ୍ତି। ମୋତେ ଡାକି ଆଲୋଚନା କରିଥିଲେ। ଜୁନାଗଡ଼ରେ କିପରି ବିଜେଡି ପୁଣି ପୂର୍ବ ସ୍ଥିତିକୁ ଫେରିବ ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି।”

ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକ, ଜିଲ୍ଲା ପରିଷଦ ଜୋନ୍‌ ଓ ନିର୍ବାଚନ ମଣ୍ଡଳୀର ସମୀକ୍ଷା ପରେ ନୂଆ ରଣନୀତି ପ୍ରସ୍ତୁତ ହେବ। ଛାତ୍ର, ମହିଳା, ଯୁବ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ସହ ବିଭିନ୍ନ ବର୍ଗକୁ ନେଇ କମିଟି ଗଠନ କରାଯିବ। ତୃଣମୂଳ ସ୍ତରରୁ ସଂଗଠନ ମଜଭୁତ କରିବାକୁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଏହାସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ କାହାକୁ ଦିଆଯିବ ତାକୁ ନେଇ ମଧ୍ୟ ଆଲୋଚନା ଚାଲିଛି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ନବୀନ ବାବୁ ବ୍ୟକ୍ତିଗତ ଭାବେ ଜଣ ଜଣ କରି ସମସ୍ତଙ୍କୁ ଡାକି ଆଲୋଚନା କରୁଛନ୍ତି। ଆଲୋଚନା ପରେ ଦଳ ତରଫରୁ ରଣନୀତି ପ୍ରସ୍ତୁତ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos