ବଢ଼ିଲା ଦରମା: ବିଧାୟକ ପାଇବେ ଲକ୍ଷେ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କର ୯୮ ହଜାର ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ବିଧାନ ସଭାର ବିଧାୟକଙ୍କ ଦରମା ବଢିଲା। ଏଣିକି ବିଧାୟକମାନେ ମାସକୁ ଏକ ଲକ୍ଷ ଟଙ୍କା ଦରମା ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଦରମା ୫୯,୦୦୦ରୁ ବଢି ହେଲା ୯୮,୦୦୦ ଟଙ୍କା। ସେହିପରି ବିରୋଧୀ ଦଳ ନେତା ପୂର୍ବରୁ ୫୮,୦୦୦ ପାଉଥିବା ବେଳେ ଏବେ ମାସିକ ଦରମା ପାଇବେ ୯୭,୦୦୦ ଟଙ୍କା। କ୍ୟାବିନେଟ୍ ମନ୍ତ୍ରୀଙ୍କ ଦରମା ୫୮,୦୦୦ରୁ ବଢି ୯୭,୦୦୦ ଓ ରାଜ୍ୟପାହ୍ୟା ମନ୍ତ୍ରୀଙ୍କ ଦରମା ୫୭,୦୦୦ରୁ ବଢ଼ି ୯୫,୦୦୦ ଟଙ୍କା କରାଯାଇଛି। ବାଚସ୍ପତି ପୂର୍ବରୁ ୫୮,୫୦୦ ଟଙ୍କା ପାଉଥିବା ବେଳେ ଏବେ ପାଇବେ ୯୭,୫୦୦୦ ଓ ଉପବାଚସ୍ପତି ୯୫,୦୦୦, ସରକାରୀ ଦଳ ମୁଖ୍ୟ ସଚେତକ ୯୭,୦୦୦ ଏବଂ ଉପମୁଖ୍ୟ ସଚେତକ ମାସକୁ ୯୩,୦୦୦ ଟଙ୍କା ପାଇବେ। ମୂଳଦରମା, ଅନ୍ୟାନ୍ୟ ଭତ୍ତାକୁ ମିଶାଇ ନୂଆ ଦରମା ନିର୍ଦ୍ଧାରଣ କରାଯାଇଛି। ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଦରମାବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।