ଆନ୍ଦୋଳନରତ ଶିକ୍ଷକଙ୍କୁ ଭେଟିଲେ ଦୁଇ ବିଧାୟକ, କିନ୍ତୁ ପ୍ରସ୍ତାବରେ ରାଜି ହେଲେନି ଶିକ୍ଷକ
ଭୁବନେଶ୍ୱର: ତୃତୀୟ ଦିନରେ ପହଞ୍ଚିଲା ଶିକ୍ଷକଙ୍କ ଆନ୍ଦୋଳନ।  ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତି ଦାବିରେ ସ୍କୁଲ୍ ଓ କଲେଜ ଶିକ୍ଷକମାନେ ଏହି ଧାରଣାରେ ବସିଛନ୍ତି। ଧାରଣା ପ୍ରତ୍ୟାହାର ପାଇଁ ଆଜି ଧାରଣସ୍ଥଳକୁ ଯାଇ ଆନ୍ଦୋଳନକାରୀ ଶିକ୍ଷକ ଓ ଅଧ୍ୟାପକଙ୍କ ସହ ଆଲୋଚନା କରିଥିଲେ ବିଧାୟକ ସଞ୍ଜୟ ଦାସବର୍ମା ଓ ପ୍ରଣବ ପ୍ରକାଶ ଦାସ।
ତେବେ ଶିକ୍ଷକମାନେ ଦୁଇ ବିଧାୟକଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ ଦାବି ପୂରଣ ନ ହେବା ଯାଏଁ ଧାରଣାସ୍ଥଳରୁ ହଟିବେ ନାହିଁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରତିଶ୍ରୁତି ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି।
ବିଧାୟକ ସଞ୍ଜୟ ଦାସବର୍ମା କହିଛନ୍ତି,“ଆଜି ଯେଉଁ ଗଣତାନ୍ତ୍ରିକ ଆନ୍ଦୋଳନ ହେଇଛି, ଆମେ ନିବେଦନ କରୁଛୁ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଅଛନ୍ତି। ଆସନ୍ତା ୨୦ ତାରିଖରେ ସେ ଦିଲ୍ଲୀରୁ ଫେରିବେ। ସେ ଏହି ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି। ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ଓଡ଼ିଶାର ଶିକ୍ଷକ କୁଳ ଓ ଅଧ୍ୟାପକ ସମସ୍ତେ  ଆସନ୍ତୁ ଆଲୋଚନାକୁ। ଯେକୌଣସି ଗଣତାନ୍ତ୍ରିକ ଦାବି ଅଛି, ତାକୁ ନିଶ୍ଚିତ ଭାବରେ ବିଚାର କରାଯିବ।”
୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ସଭାପତି ପବିତ୍ର ମାହାଲା କହିଛନ୍ତି,“ଦୁଇଜଣ ବିଧାୟକ ଆମ ସହ ଆଲୋଚନା କରିବାକୁ ଆସିଥିଲେ। ସେମାନେ ଆମକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ। ଆସନ୍ତାକାଲି ଦୁଇ ଜଣ ମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ କରିବୁ। ସେହି ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବୁ ବୋଲି କହିଛନ୍ତି। ହେଲେ ଅମେ ସବୁ ପକ୍ରିୟାକୁ ସ୍ୱାଗତ କରୁଛୁ। କିନ୍ତୁ ଆନ୍ଦୋଳନ ପ୍ରତ୍ୟାହାର କରିବୁ ନାହିଁ। ସେମାନେ ଆମ ପାଖକୁ ଆସିବାକୁ ନେଇ ଆମେ ସ୍ୱାଗତ କରୁଛୁ। କିନ୍ତୁ ମୁଁ ସ୍ପଷ୍ଟ ଭାବେ କହୁଛି ଯେ ପର୍ଯ୍ୟନ୍ତ  ସରକାର ଆମ ମାନଙ୍କ ଦାବି ପୂରଣ ଦିଗରେ ନୀତିଗତ ନିଷ୍ପତ୍ତି ନେଇ ବିଜ୍ଞପ୍ତି ଆକାରରେ ପ୍ରକାଶ ନ କରିଛନ୍ତି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ।”
Ordigital Desk
• Published: Friday, 18 August 2017
• Updated: 18 August 2017, 11:19 AM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos