୨୩ରେ ବିଜେଡିରେ ମିଶିବେ ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ଆସନ୍ତା ୨୩ ତାରିଖରେ ବିଜେଡିରେ ମିଶିବେ। ଗତକାଲି ଏନେଇ ଶ୍ରମମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ସୂଚନା ଦେଇଥିଲେ। ଆଜି ଏହା ଉପରେ ମୋହର ମାରିଛନ୍ତି ସୁବଳଙ୍କ ପୁଅ ସୁମିତ। ସୁମିତ କହିଛନ୍ତି-“ଆମେ ବର୍ତ୍ତମାନ କୌଣସି ଦଳରେ ନାହୁଁ। ବିଜେଡିରେ ମିଶିବାକୁ ଚାହୁଁଛୁ। ସେଥିପାଇଁ ଆସନ୍ତା ୨୨ ତାରିଖରେ ଘରୁ(ବିଜେପୁର) ବାହାରିବୁ। ୨୩ ତାରିଖରେ ନବୀନ ନିବାସ ଯାଇ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 06:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀର ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପରିବାର ଆସନ୍ତା ୨୩ ତାରିଖରେ ବିଜେଡିରେ ମିଶିବେ। ଗତକାଲି ଏନେଇ ଶ୍ରମମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ ସୂଚନା ଦେଇଥିଲେ। ଆଜି ଏହା ଉପରେ ମୋହର ମାରିଛନ୍ତି ସୁବଳଙ୍କ ପୁଅ ସୁମିତ।

ସୁମିତ କହିଛନ୍ତି-“ଆମେ ବର୍ତ୍ତମାନ କୌଣସି ଦଳରେ ନାହୁଁ। ବିଜେଡିରେ ମିଶିବାକୁ ଚାହୁଁଛୁ। ସେଥିପାଇଁ ଆସନ୍ତା ୨୨ ତାରିଖରେ ଘରୁ(ବିଜେପୁର) ବାହାରିବୁ। ୨୩ ତାରିଖରେ ନବୀନ ନିବାସ ଯାଇ ବିଜେଡିରେ ମିଶିବୁ। ମିଶ୍ରଣ ପରେ ମାଆଙ୍କୁ ବିଜେଡିରୁ ଟିକଟ୍‌ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବୁ।”

ଅଗଷ୍ଟ ୨୨ ତାରିଖରେ କଂଗ୍ରେସର ବରିଷ୍ଠ ବିଧାୟକ ସୁବଳ ସାହୁଙ୍କର ୫୫ ବର୍ଷ ବୟସରେ ପରଲୋକ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଆଇନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷକରି ସୁବଳ ଆଇନଜୀବୀ ଭାବେ ଜୀବୀକା ଆରମ୍ଭ କରିଥିଲେ। କ୍ରୀଡ଼ା ‍କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଆଗ୍ରହ ରହିଥିଲା। ସେଥିପାଇଁ ସେ ଖେଳ ବିକାଶ ପାଇଁ ଉଦ୍ୟମ ଜାରି ରଖିଥିଲେ। ଜଣେ ଜାତୀୟ ସ୍ତରର ଭଲିବଲ ଖେଳାଳି ଭାବେ ସେ ନାଁ କରିଥିଲେ। ୧୯୮୧ ଓ ୧୯୮୩ ମସିହାରେ ସୁବଳ ଜାତୀୟ ସ୍ତରର ଭଲିବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos