ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ: ରାସ୍ତାରେ ଲୋକଙ୍କ ସହ ହାତ ମିଳାଇଲେ

ଭୁବନେଶ୍ୱର: ଅପେକ୍ଷାର ଅନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଲେ ଭୁବନେଶ୍ୱରରେ। ବିଜେପିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ଆଜି ଦିନ ୩.୩୦ ମିନିଟରେ ସ୍ୱତନ୍ତ୍ର ବିମାନ ରାଜହଂସରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲାପରେ ସେ ଓଡିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପରେ ପ୍ରଧାନମନ୍ତ୍ରୀ ରାଜଭବନ ଗସ୍ତ କରିଛନ୍ତି। ଏହି ଅବସରରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସତ୍ୱେ […]

modi

modi

Rakesh Mallick
  • Published: Saturday, 15 April 2017
  • Updated: 15 April 2017, 04:48 PM IST

Sports

Latest News

ଭୁବନେଶ୍ୱର: ଅପେକ୍ଷାର ଅନ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଲେ ଭୁବନେଶ୍ୱରରେ। ବିଜେପିର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି। ଆଜି ଦିନ ୩.୩୦ ମିନିଟରେ ସ୍ୱତନ୍ତ୍ର ବିମାନ ରାଜହଂସରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲାପରେ ସେ ଓଡିଶାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପରେ ପ୍ରଧାନମନ୍ତ୍ରୀ ରାଜଭବନ ଗସ୍ତ କରିଛନ୍ତି। ଏହି ଅବସରରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାଞ୍ଚ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସତ୍ୱେ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ତାଙ୍କ ସମର୍ଥଙ୍କ ସହ ସାଧାରଣ ଜନତାଙ୍କ ମଧ୍ୟରେ ବେସ୍‌ ଉତ୍ସାହ ଦେଖିବାକୁ ମିଳିଛି। ହଜାର ହଜାର ଲୋକ ମୋଦିଙ୍କ ଝଲକ୍‌ ପାଇବା ପାଇଁ ରାସ୍ତାରେ ଅପେକ୍ଷା କରିଥିଲେ। ମୋଦି କାର୍‌ରେ ବିମାନବନ୍ଦରରୁ ରାଜଭବନ ଯିବା ସମୟରେ ପ୍ରୋଟକଲ ଭାଙ୍ଗି  ହାତ ହଲେଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ଖାଲି ଏତିକି ନୁହେଁ ରାସ୍ତାରେ ଗାଡିରୁ ଓହ୍ଲାଇ ମୋଦି ଲୋକମାନଙ୍କ ସହ ହାତ ମିଳାଇଥିବା ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଯାହା ରାସ୍ତାକଡରେ ମୋଦିଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା ଲୋକଙ୍କ ଖୁସିକୁ ଦ୍ୱିଗୁଣିତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos