ମୋଦି କହିଲେ ସବୁ ଭାରତୀୟ ଭିଆଇପି

ନୂଆଦିଲ୍ଲୀ:ଦେଶରୁ ଭିଭିଆଇପି ସଂସ୍କୃତି ବନ୍ଦ କରିବାକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ମେ’ ପହିଲାରୁ ସାରା ଦେଶରେ ନାଲିବତି ଗାଡି ବ୍ୟବହାର ହୋଇପାରିବ ନାହିଁ ବୋଲି କୁହାଯାଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ,“ ସବୁ ଭାରତୀୟ ସ୍ୱତନ୍ତ୍ର।  ସମେସ୍ତ ଏଠି ଭିଆଇପି”। ପ୍ରଧାନମନ୍ତ୍ରୀ ମୋଦି  ଏ ସମ୍ପର୍କରେ ଟ୍ବିଟ୍‌ କରି ଜଣାଇଛ୍ତି। ମୋଦିଙ୍କ ଏହି ମନ୍ତବ୍ୟକୁ ଅନେକ ରି-ଟ୍ବିଟ୍‌ କରି ସ୍ବାଗତ ଜଣାଇଛନ୍ତି। […]

modi

modi

Rakesh Mallick
  • Published: Thursday, 20 April 2017
  • Updated: 20 April 2017, 11:58 AM IST

Sports

Latest News

ନୂଆଦିଲ୍ଲୀ:ଦେଶରୁ ଭିଭିଆଇପି ସଂସ୍କୃତି ବନ୍ଦ କରିବାକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ମେ’ ପହିଲାରୁ ସାରା ଦେଶରେ ନାଲିବତି ଗାଡି ବ୍ୟବହାର ହୋଇପାରିବ ନାହିଁ ବୋଲି କୁହାଯାଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ,“ ସବୁ ଭାରତୀୟ ସ୍ୱତନ୍ତ୍ର।  ସମେସ୍ତ ଏଠି ଭିଆଇପି”। ପ୍ରଧାନମନ୍ତ୍ରୀ ମୋଦି  ଏ ସମ୍ପର୍କରେ ଟ୍ବିଟ୍‌ କରି ଜଣାଇଛ୍ତି।

ମୋଦିଙ୍କ ଏହି ମନ୍ତବ୍ୟକୁ ଅନେକ ରି-ଟ୍ବିଟ୍‌ କରି ସ୍ବାଗତ ଜଣାଇଛନ୍ତି। ଗତକାଲିର ନିଷ୍ପତ୍ତି ପରେ ସଙ୍ଗେ ସଙ୍ଗେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସରକାରୀ ଗାଡ଼ିରୁ ନାଲିବତି ଓହ୍ଲାଇ ଦେଇଥିଲେ। ଏପରିକି ରାଜ୍ୟରେ ନାଲିବତି କଲଚର ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭା ବାଚସ୍ପତି ନାଲିବତି ବ୍ୟବହାର କରିପାରିବେ। ଏହାଛଡ଼ା ପୋଲିସ, ଆମ୍ୱୁଲାନ୍ସ ଓ ଅଗ୍ନିଶମ ଭଳି ଜରୁରୀକାଳୀନ ସେବା କ୍ଷେତ୍ରରେ ନାଲିବତି ବ୍ୟବହାର କରାଯାଇପାରିବା ନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos