ଭୁବନେଶ୍ୱର: ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବାକୁ ଗତକାଲିଠାରୁ ଭୁବନେଶ୍ୱର ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ପାଇକ ବିଦ୍ରୋହରେ ସହିଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ଭେଟି ସମ୍ବର୍ଦ୍ଧିତ କରିବା ପରେ ସେ ସକାଳ ୮ଟା ୫୦ରୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଯାତ୍ରା କରିବେ। ମନ୍ଦିରରେ ପ୍ରାୟ ୧୦ ମିନିଟ୍ ଧରି ସେ ରହିବେ। ମନ୍ଦିର ପରିସରରେ ସାନ ଗଣେଶ, ବଡ଼ ଗଣେଶଙ୍କ ଦର୍ଶନ ସାରି ସେ ବେଢ଼ା ପରିକ୍ରମା କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେଠାରୁ ମୋଦି ସିଧା ସଳଖ ଜନତା ମୈଦାନ ଯାଇ ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।