ବହି ଲେଖିବେ ମୋଦି: ପିଲା ପାଇବେ ପ୍ରେରଣା, ଏକାଧିକ ଭାଷାରେ ଛାପିବ ଏହି ସଂସ୍ଥା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିବେ ବହି। ଏହି ବହିକୁ ସେ ଯୁବପିଢୀଙ୍କୁ ଉତ୍ସର୍ଗୀକୃତ କରିବେ। ଯୁବପିଢୀଙ୍କୁ ପ୍ରେରଣା ଯୋଗାଇଲା ଭଳି ପ୍ରସଙ୍ଗ ସ୍ଥାନ ପାଇବ ଏହି ବହିରେ। ପରୀକ୍ଷା ସମୟରେ ଚାପମୁକ୍ତିର ଉପାୟ, ପରୀକ୍ଷା ପରେ କେଉ କେଉଁ ପଦକ୍ଷେପ ଭଲ ହେବ ସେ ସମ୍ପର୍କରେ ବହିରେ ଉଲ୍ଲେଖ କରାଯିବ। ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ପେଙ୍ଗୁଇନ ରାଣ୍ଡମ ହାଉସ୍(ପିଏଚଆର) ଏହି ବହିକୁ ଏକାଧିକ ଭାଷାରେ ପ୍ରକାଶ କରିବ ବୋଲି ଜଣାପଡ଼ିଛି।
ବିଶେଷ କରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ବହି ଲେଖିବେ ମୋଦି। ଅଲ ଇଣ୍ଡିଆ ରେଡିଓରେ ମନ କୀ ବାତ୍ ପ୍ରୋଗ୍ରାମ ସଫଳ ହେବା ପରେ ମୋଦି ପିଲାମାନଙ୍କ ପାଇଁ ବହି ଲେଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ବହି ଲେଖା ସରିବ ବୋଲି ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।