ମହାନଦୀ ଜଳ ବିବାଦ ପ୍ରସଙ୍ଗ: ‘ଆଗାମୀ ଓଡ଼ିଶା’ର ଆବେଦନକୁ ଗ୍ରହଣ କଲେ ଏନ୍‌ଜିଟି

ଭୁବନେଶ୍ୱର: ମହାନଦୀ  ଜଳ ବିବାଦ ପ୍ରସଙ୍ଗରେ  ବିଚାର ପାଇଁ  ‘ଆଗାମୀ ଓଡ଼ିଶା’ର ଆବେଦନକୁ ଗ୍ରହଣ କରିଛନ୍ତି ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନଜିଟି)। ଏନେଇ ଫେବୃଆରୀ ୨୩ ତାରିଖ ସୁଦ୍ଧା ମତ ରଖିବାକୁ କେନ୍ଦ୍ର ସରକାର, ଓଡ଼ିଶା ଏବଂ ଛତିଶଗଡ଼କୁ ନୋଟିସ୍‌  ଜାରି କରିଛନ୍ତି। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଚାଲିଥିବା ପ୍ରକଳ୍ପ କାମ ତୁରନ୍ତ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି ‘ଆଗାମୀ  ଓଡ଼ିଶା’। ପ୍ରକଳ୍ପ ନିର୍ମାଣ ଫଳରେ  ଓଡ଼ିଶାବାସୀଙ୍କ ଜୀବନଧାରଣ ଉପରେ  ଗଭୀର ପ୍ରଭାବ ପାକାଉଥିବା ଦର୍ଶାଇଛି ‘ଆଗାମୀ ଓଡ଼ିଶା’।