ଜୁନ୍ ୮ ସୁଦ୍ଧା ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଏବର୍ଷ ରାଜ୍ୟକୁ ସହଳ ଆସୁଛି ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଜୁନ୍‌ ୮ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମୌସୁମୀ ବାୟୁ ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ୍‌ […]

moonson

moonson

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 04:32 PM IST

Sports

Latest News

moonsonଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଏବର୍ଷ ରାଜ୍ୟକୁ ସହଳ ଆସୁଛି ମୌସୁମୀ ବାୟୁ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ଜୁନ୍‌ ୮ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୩ରୁ ୪ ଦିନ ମଧ୍ୟରେ ମୌସୁମୀ ବାୟୁ ଆଣ୍ଡାମାନ୍‌ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ଡାମାନ୍‌ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହେଉଥିବାରୁ ଏହା ମୌସୁମୀ ବାୟୁକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ। ଏପରି ହେଲେ ମୌସୁମୀ ବାୟୁ ଦୁଇ ତିନି ଦିନ ଆଗୁଆ ଅର୍ଥାତ୍‌ ମେ’୨୮ରୁ ୩୦ ତାରିଖ ଭିତରେ କେରଳ ଉପକୂଳ ଛୁଇଁବ। ଏଭଳି ହେଲେ ଜୁନ୍‌ ୮ ତାରିଖ ସୁଦ୍ଧା ଓଡ଼ିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ମମତା ଯାଦବ କହିଛନ୍ତି,“ଆସନ୍ତା ତିନି ଚାରି ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚମ ମୌସୁମୀ ବାୟୁ ଆଣ୍ଡାମାନ ଓ ନିକୋବାର ଦୀପପୁଞ୍ଜକୁ ଛୁଇଁବ। ସେଠାରୁ ଏହା କେରଳ ଉପକୂଳ ଆଡ଼କୁ ମୁହାଁଇବ। ଧୀରେ ଧୀରେ ଏହା ଉତ୍ତର-ପୂର୍ବ ଆଡ଼କୁ ଗତି କରିବ ଓ ଜୁନ୍ ୮ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ।”

ସେ ଆହୁରି କହିଛନ୍ତି,“ଗତକାଲି ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମରେ ଭାରତ ମହାସାଗରର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅବପତନର ରୂପ ଧାରଣ କରିବ। ଏହାର ପ୍ରଭାବରେ ମେ ୧୮ ତାରିଖରୁ ଉପକୂଳ ଅଞ୍ଚଳଗୁଡ଼ିକରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି।”

ମମତା ଯାଦବ କହିଛନ୍ତି,“ଏହା ବ୍ୟତୀତ ସମୁଦ୍ର ପତନଠାରୁ ୧.୫ କିଲୋମିଟର ଉପରେ ପୂର୍ବ ଉତ୍ତରପ୍ରଦେଶ ଓ ବିହାରରେ ଏକ ଘୂର୍ଣ୍ଣିଚକ୍ର ସୃଷ୍ଟି ହୋଇଛି। ସେହିପରି ପୂର୍ବ ଉତ୍ତର ପ୍ରଦେଶରୁ  ତାମିଲନାଡୁ ଉପକୂଳ ପର୍ଯ୍ୟନ୍ତ ଏକ ଟ୍ରଫ୍‌ ଲାଇନ୍ ମଧ୍ୟ ସୃଷ୍ଟି ହୋଇଛି। ଏଥିଯୋଗୁଁ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।”

ଅପରପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି। ଆଜି ଦାରିଙ୍ଗିବାଡିରେ ସର୍ବାଧିକ ୪୦ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଥିବା ବେଳେ ଦଶପଲ୍ଲାରେ ୩୯ ମିଲିମିଟର, ବଲାଙ୍ଗିରରେ ୮.୬ ଓ କୋରାପୁଟରେ ୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୪.୬ ଡିଗ୍ରୀ ସହିତ ବଲାଙ୍ଗିର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ତାଳଚେରରେ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ କରାଯାଇଥିଲା। ଭବାନୀପାଟଣା ଓ ସୁନ୍ଦରଗଡ଼ର ତାପମାତ୍ରା ୪୩ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱର ଓ କଟକର ତାପମାତ୍ରା ଯଥାକ୍ରମେ ୩୭ ଓ ୩୫.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos