ଓଡ଼ିଶାରେ ଆଗୁଆ ଛୁଇଁବ ମୌସୁମୀ ବାୟୁ: ଜୁନ୍‌ ପ୍ରଥମ ସପ୍ତାହ ସୁଦ୍ଧା ପହଞ୍ଚିପାରେ

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ । ଏଥିପାଇଁ ଅନୁକୂଳ ପାଗ ରହିଛି। ମେ’ ୩୦ ସୁଦ୍ଧା ମୌସୁମୀ ବାୟୁ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି। ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।

ଏହି ସମୟରେ ବର୍ଷାର ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତା’ପୂର୍ବରୁ ରାଜ୍ୟବ୍ୟାପୀ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଗୁଳୁଗୁଳି ସାଙ୍ଗକୁ  ପ୍ରବଳ ଗରମ ଅନୁଭୂତ ହେବ।