ଭୁବନେଶ୍ୱର: ଓଡ଼ିଶା ଅଭିମୁଖେ ମୌସୁମୀ। ଆସନ୍ତା ୮ରୁ ୧୦ ତାରିଖ ମଧ୍ୟରେ ଦକ୍ଷିଣ ପଶ୍ଚିମ ବାୟୁ ଓଡ଼ିଶା ଛୁଇଁପାରେ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ପାଣିପାଗ ବିଭାଗ କହିବା ଅନୁଯାୟୀ ମୌସୁମୀ ଆସିବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇସାରିଛି। ଏହି ବର୍ଷା ଯୋଗୁ ପାଗ ପରିବର୍ତ୍ତନ ହେବା ଏବଂ ମୌସୁମୀକୁ କ୍ରିୟାଶୀଳ କରିବାରେ ଏହା ବାଟ କଡ଼ାଇଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କେରଳ ଛୁଇଁବା ପରେ ମୌସୁମୀ ଧିରେ ଧିରେ ଗତି କରି ଆନ୍ଧ୍ର ଛୁଇଁସାରିଲାଣି । ତେବେ ଶିନିବାର ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।