ମିଥ୍ୟା ବିଜ୍ଞପ୍ତି କେଳେଙ୍କାରୀ: ଡାକ୍ତର ମୋତିଲାଲ ଗୌଡ଼ଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ମିଥ୍ୟା ବିଜ୍ଞପ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍‌ ଗିରଫ କରିଛି। କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ଆଜି ତାଙ୍କୁ ଭାଇଜାକ୍‌ରୁ ଗିରଫ କରିଛି। ୪ଜଣ ଅଧିକାରୀଙ୍କୁ ନେଇ ଗଠିତ କ୍ରାଇମବ୍ରାଞ୍ଚର ଏହି ଟିମ୍‌ ୪ଦିନ ହେଲା ତାଙ୍କୁ ଟ୍ରାକ୍‌ କରି ଆଜି ଗିରଫ କରିବାକୁ ସକ୍ଷମ ହୋଇଥିବା କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା କହିଛନ୍ତି। ସେ କହିଛନ୍ତି, “ଆନ୍ଧ୍ରପ୍ରଦେଶର ଭାଇଜାକରୁ ମୋତିଲାଲ ଗୌଡ଼ଙ୍କୁ ଗିରଫ କରାଯାଇ  କଟକ […]

motilal

motilal

Rakesh Mallick
  • Published: Sunday, 03 July 2016
  • Updated: 04 July 2016, 08:21 AM IST

Sports

Latest News

motilalଭୁବନେଶ୍ୱର: ମିଥ୍ୟା ବିଜ୍ଞପ୍ତି ମାମଲାର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୋତିଲାଲ ଗୌଡ଼ଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍‌ ଗିରଫ କରିଛି। କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ଆଜି ତାଙ୍କୁ ଭାଇଜାକ୍‌ରୁ ଗିରଫ କରିଛି। ୪ଜଣ ଅଧିକାରୀଙ୍କୁ ନେଇ ଗଠିତ କ୍ରାଇମବ୍ରାଞ୍ଚର ଏହି ଟିମ୍‌ ୪ଦିନ ହେଲା ତାଙ୍କୁ ଟ୍ରାକ୍‌ କରି ଆଜି ଗିରଫ କରିବାକୁ ସକ୍ଷମ ହୋଇଥିବା କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା କହିଛନ୍ତି।

ସେ କହିଛନ୍ତି, “ଆନ୍ଧ୍ରପ୍ରଦେଶର ଭାଇଜାକରୁ ମୋତିଲାଲ ଗୌଡ଼ଙ୍କୁ ଗିରଫ କରାଯାଇ  କଟକ ଅଣାଯିବା ପରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ରଖାଯାଇଛି। ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯାଇ ୫ଦିନ ରିମାଣ୍ଡରେ ନେବାକୁ ଆବେଦନ କରାଯିବ।”

ସେ କହିଛନ୍ତି, “ମୋତିଲାଲଙ୍କ ନାମରେ ମିଥ୍ୟା ବିଜ୍ଞପ୍ତି ଜରିଆରେ ଅର୍ଥ ଆତ୍ମସାତ ଅଭିଯୋଗ ଆସିଛି। ଏହି ଅର୍ଥ ହରିଲୁଟ୍‌ରେ ସରକାରଙ୍କ ବିଶେଷ କ୍ଷତି ହୋଇଛି। ଏ ନେଇ ମାମଲା ରୁଜୁ କରାଯାଇ ୨ ଜଣ ଲ୍ୟାବ୍‌ ମାଲିକ ଓ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଛି। ମୋତିଲାଲ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। କୋର୍ଟରେ ତାଙ୍କ ଆବେଦନ ଖାରଜ ହୋଇଯିବା ପରେ ସେ ରାଜ୍ୟ ବାହାରକୁ ପଳାଇଥିଲେ। ତାଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଆନ୍ଧ୍ରପ୍ରଦେଶ ଯାଇ ପ୍ରତିପକ୍ଷ ଅଧିକାରୀଙ୍କ ସହାୟତାରେ ମୋତିଲାଲଙ୍କୁ ୪ ଦିନ ଟ୍ରାକ୍‌ କରିବା ପରେ ଭାଇଜାକ୍‌ରୁ ଗିରଫ କରିଥିଲା।”

ଫାକଟ୍ରି ଓ ବଏଲର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଡାକ୍ତର ମୋତିଲାଲ ନକଲି ଗେଜେଟ୍‌ ନୋଟିଫିକେସନ କରି କୋଟିଏରୁ ଅଧିକ ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଛି। ଉଭୟ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ତଦନ୍ତ ଚଳାଇଛି। ଗତକାଲି ଗୋଟିଏ ଦିନର ଯାଞ୍ଚରେ ଭିଜିଲାନ୍ସ ମୋତିଲାଙ୍କ ୫୬ ଲକ୍ଷ ୪୭ହଜାର ଟଙ୍କାର ସମ୍ପତ୍ତି ଠାବ କରିଛି। ଏହାସହ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାଁରେ ଥିବା ୪ଟି ବ୍ୟାଙ୍କ ଆକାଉଣ୍ଟର ମଧ୍ୟ ସୂଚନା ମିଳିଛି। ଏହାକୁ ଯାଞ୍ଚ କରାଯିବା ପରେ ମୋତିଲାଲଙ୍କ ସମ୍ପତ୍ତିର ପରିମାଣ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି।

ସ୍ୱାସ୍ଥ୍ୟ ବିଭାଗରୁ ନିଖୋଜ ମୋତିଲାଲ ଶ୍ରମ ବିଭାଗରେ ଫାକଟ୍ରି ଓ ବଏଲର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ହୋଇ ୨୦୧୫ ଅକ୍ଟୋବର ୧୬ ତାରିଖରେ ଏକ ମିଥ୍ୟା ବିଜ୍ଞପ୍ତି ଜରିଆରେ କୋଟି କୋଟି ହଟଙ୍କା ହଡ଼ପ କରିଥିଲେ। ୨୦୧୫ ସେପ୍ଟେମ୍ବର ୨୩ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୌଣସି ପାଥୋଲୋଜି ଲ୍ୟାବକୁ ଶ୍ରମ ବିଭାଗ ପ୍ୟାନେଲଭୁକ୍ତ କରି ନ ଥିବା ବେଳେ ମୋତିଲାଲ ୫ଟି ପାଥୋଲୋଜି ଲ୍ୟାବକୁ ପ୍ୟାନେଲଭୁକ୍ତ କରି ବିଭିନ୍ନ କଳ କାରଖାନାର ଶ୍ରମିକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପକ୍ଷରେ ମୋତିଲାଲଙ୍କ ପଲଟିକାଲ ଲିଙ୍କକୁ ନେଇ ମଧ୍ୟ ରାଜ୍ୟ ରାଜନୀତି ସରଗରମ ରହିଥିଲା। ବିଜେଡିର ଜଣେ ମନ୍ତ୍ରୀ ଏବଂ ୪ ଜଣ ବିଧାୟକଙ୍କ ସହ ତାଙ୍କର ଫଟୋ ଦେଖାଇ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଥିଲେ। ଏପରିକି ମୋତିଲାଲଙ୍କ ଗିରଫ ଦାବିରେ ବିରୋଧୀ ରାଜରାସ୍ତାକୁ ଓହ୍ଲାଇଥିଲେ। ନବୀନ ସରକାର ମୋତିଲାଲଙ୍କୁ ସୁରକ୍ଷା ଦେଉଥିବାରୁ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରୁ ନ ଥିବା ମଧ୍ୟ ବିରୋଧୀ ଅଭିଯୋଗ କରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରମ ବିଭାଗ ସଚିବ ଓ ମୁଖ୍ୟ ଶାସନ ସଚିବ ଫାକଟ୍ରି ଓ ବଏଲର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଭାବେ ସରକାରୀ ଭାବେ ଜଣଙ୍କୁ ମନୋନୀତ କରିଥିଲେ। ମାତ୍ର ତତ୍କାଳୀନ ଶ୍ରମମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ମୋତିଲାଲଙ୍କୁ ଫାକଟ୍ରି ଓ ବଏଲର ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos