ନକଲି ବିଜ୍ଞପ୍ତି ମାମଲା: ପୂର୍ବତନ ଛାତ୍ର ବିଜେଡି ଉପସଭାପତିଙ୍କୁ ଇଓଡବ୍ଲ୍ୟୁର ଜେରା

ଭୁବନେଶ୍ୱର: ଡାକ୍ତର ମୋତିଲାଲ୍‌ ଗୌଡ଼ ନକଲି ବିଜ୍ଞପ୍ତି ମାମଲାରେ ଆଜି କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ ପୂର୍ବତନ ଛାତ୍ର ବିଜେଡି ଉପସଭାପତି ପ୍ରକାଶ ଜେନାଙ୍କୁ ଜେରା କରିଛି। ପ୍ରକାଶ ୨୦୦୮ ମସିହାରେ ଛାତ୍ର ବିଜେଡିର ଉପସଭାପତି ଥିଲେ। ତାଙ୍କ ଆକାଉଣ୍ଟକୁ ୪ ଲକ୍ଷ ଟଙ୍କା ଯାଇଥିବା କ୍ରାଇମବ୍ରାଞ୍ଚ ସୂଚନା ପାଇଥିଲା।

ପ୍ରକାଶ କହିଛନ୍ତି,“୪ରୁ ୫ ବର୍ଷ ହେବ ମୁଁ  ସୁରକ୍ଷା ଲାଇଫ୍‌ ଲାଇନ୍‌ରେ ଆସିଷ୍ଟାଣ୍ଡ୍‌ ମ୍ୟାନେଜର୍‌ ଭାବେ କାମ କରୁଛି। ଏକ ମାମଲାରେ ପଚରାଉଚରା ପାଇଁ କ୍ରାଇମବ୍ରାଞ୍ଚ ମୋତେ ଡାକିଥିଲେ। ମୋତେ କିଛି କାଗଜପତ୍ର କ୍ରାଇମବ୍ରାଞ୍ଚ ମାଗିଥିଲା, ଯାହା ମୁଁ ଆଜି ଦେଇଛି।”