ସ୍ୱାସ୍ଥ୍ୟ ବିଭାଗରୁ ନିଖୋଜ ମୋତିଲାଲଙ୍କୁ ଶ୍ରମ ବିଭାଗରେ ନିଯୁକ୍ତି ଦେବାକୁ ପୁଷ୍ପେନ୍ଦ୍ର ଦେଇଥିଲେ ନିର୍ଦ୍ଦେଶ

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ଼ କେଳେଙ୍କାରୀର ଆଉ ଗୋଟେ ଫର୍ଦ୍ଦ ଉପରୁ ପରଦା ହଟିଛି। ସ୍ୱାସ୍ଥ୍ୟ ବିଭାଗରୁ ନିଖୋଜ ଏହି ବ୍ୟକ୍ତି ଜଣଙ୍କୁ ଶ୍ରମ ବିଭାଗର ଫାକଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ କରିବାକୁ ତତ୍‌କାଳୀନ ଶ୍ରମମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ସୁପାରିଶ କରିଥିଲେ। ନିଜ ବିଭାଗର ସଚିବ ଏବଂ ମୁଖ୍ୟ ଶାସନ ସଚିବ ସରକାରୀ ଭାବେ ମନୋନୀତ କରିଥିବା ସହକାରୀ ନିର୍ଦ୍ଦେଶକଙ୍କ ନାଁକୁ କାଟି ସିଂଦେଓ ମୋତିଲାଲଙ୍କ ନାଁରେ ମୋହର ମାରିଥିଲେ। ମୋତିଲାଲଙ୍କର ମନ୍ତ୍ରୀ ଅରୁଣ ସାହୁ, […]

puspendra

puspendra

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 10:50 PM IST

Sports

Latest News

ଭୁବନେଶ୍ୱର: ଡାକ୍ତର ମୋତିଲାଲ ଗୌଡ଼ କେଳେଙ୍କାରୀର ଆଉ ଗୋଟେ ଫର୍ଦ୍ଦ ଉପରୁ ପରଦା ହଟିଛି। ସ୍ୱାସ୍ଥ୍ୟ ବିଭାଗରୁ ନିଖୋଜ ଏହି ବ୍ୟକ୍ତି ଜଣଙ୍କୁ ଶ୍ରମ ବିଭାଗର ଫାକଟ୍ରି ଓ ବଏଲର ସହକାରୀ ନିର୍ଦ୍ଦେଶକ କରିବାକୁ ତତ୍‌କାଳୀନ ଶ୍ରମମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ସୁପାରିଶ କରିଥିଲେ। ନିଜ ବିଭାଗର ସଚିବ ଏବଂ ମୁଖ୍ୟ ଶାସନ ସଚିବ ସରକାରୀ ଭାବେ ମନୋନୀତ କରିଥିବା ସହକାରୀ ନିର୍ଦ୍ଦେଶକଙ୍କ ନାଁକୁ କାଟି ସିଂଦେଓ ମୋତିଲାଲଙ୍କ ନାଁରେ ମୋହର ମାରିଥିଲେ।

ମୋତିଲାଲଙ୍କର ମନ୍ତ୍ରୀ ଅରୁଣ ସାହୁ, ବିଧାୟକ ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତ ରାୟ ଏବଂ ଅନୁଭବ ପଟ୍ଟନାୟକଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆସିଥିଲା। ଏବେ ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ମନ୍ତ୍ରୀ ସିଂଦେଓ। ଫାଇଲରେ ହଠାତ ଏପରି ଅଦଳବଦଳ କରାଯିବା ପଛର ରହସ୍ୟ କ’ଣ ତାକୁ ନେଇ ଏବେ ରାଜନୀତି ଜୋର ଧରିଛି।

ଶ୍ରମ ବିଭାଗର ରିପୋର୍ଟ ଅନୁସାରେ ୨୦୧୨ ଏପ୍ରିଲ ୧୮ ତାରିଖରେ ତତ୍କାଳୀନ ଶ୍ରମମନ୍ତ୍ରୀ ସଂଦେଓ ମୋତିଲାଲଙ୍କୁ ଡେପୁଟେସନରେ ସହକାରୀ ନିର୍ଦ୍ଦେଶକ କରିବାକୁ ସୁପାରିଶ କରିଥିଲେ। ଏହି ପଦବୀ ପାଇଁ ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବ ଡାକ୍ତର ଜେ.ଜେ. ପତିଙ୍କ ନାଁ ଚୂଡାନ୍ତ କରିଥିଲେ। ହେଲେ ରାତାରାତି ଫାଇଲ ବଦଳି ଯାଇଥିଲା। ଯାଜପୁରରେ ଇନସୁରାନ୍ସ ମେଡିକାଲ ଅଫିସର ଥିବା ମୋତିଲାଲଙ୍କ ଖୋର୍ଦ୍ଧା ବଦଳିକୁ ବାତିଲ କରି ସହକାରୀ ନିର୍ଦ୍ଦେଶକ କରିବାକୁ ଶ୍ରମମନ୍ତ୍ରୀ ସୁପାରିଶ କରିଥିଲେ।

ସେତେବେଳର ବିଜେଡି ଉପମୁଖ୍ୟ ସଚେତକ ଅରୁଣ ସାହୁଙ୍କ ଜରିଆରେ ମୋତିଲାଲ ସିଂଦେଓଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ମୋତିଲାଲ ଘଟଣାର ତଦନ୍ତ ଚାଲି ଥିବାରୁ କୌଣସି ମତାମତ ଦେବାକୁ ସିଂଦେଓ ମନା କରିଦେଇଛନ୍ତି।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିବାର ୨୨ ଦିନ ବିତି ଯାଇଥିଲେ ମଧ୍ୟ ମୋତିଲାଲଙ୍କୁ ଗିରଫ କରିପାରିନାହିଁ। ମୋତିଲାଲ କେବଳ ଫେରାର ହୋଇନାହାନ୍ତି ସମସ୍ତଙ୍କୁ ଚକମା ଦେଖାଇ ନିଜ ବିଭାଗର କିଛି ଗୁରୁତ୍ୱପୂର୍ଣ୍ଣ କଗଜପତ୍ର ମଧ୍ୟ ସାଙ୍ଗରେ ନେଇଯାଇଛନ୍ତି।

ଅନ୍ୟପକ୍ଷରେ ଆର୍ଥିକ ହେରଫେର ପାଇଁ ଅଧିକ ତଦନ୍ତର ଆବଶ୍ୟକତାକୁ ଦେଖି ଶ୍ରମ ବିଭାଗ ଭିଜିଲାନ୍ସ ତଦନ୍ତ କରିବାକୁ ସୁପାରିଶ କରିଛି।

ଅତିରିକ୍ତ ଶ୍ରମ ସଚିବ ବିଭୁପ୍ରସାଦ ଷଡ଼ଙ୍ଗୀ କହିଛନ୍ତି, “ଅପରାଧିକ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଅର୍ଥ ହେରଫେର କରାଯାଇ କାହାକୁ ଲାଭ ଦିଆଯାଇଛି ଏବଂ ଏଥିରେ ଯେଉଁ ରାକେଟ କାମ କରୁଥିଲା ତାହାର ତଦନ୍ତ ଭିଜିଲାନ୍ସ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story