ମୌସୁମୀ ଅଧିବେଶନ: ଉଠିଲା ଆଦର୍ଶ ବିଦ୍ୟାଳୟ, ରମେଶ ଜେନା ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ ଆଜି ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳରେ ଆଦର୍ଶ ବିଦ୍ୟାଳୟ ଓ ପୂର୍ବତନ ବିଧାୟକ ରମେଶ ଜେନା ଗିରଫ ପ୍ରସଙ୍ଗ ଉଠିଥିଲା। ଆଦର୍ଶ ବିଦ୍ୟାଳୟର ସ୍ଥିତି ନେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଗୃହରେ ଉତ୍ତର ରଖିଥିଲେ। ସେ କହିଥିଲେ,“ସମସ୍ତ ବ୍ଲକରେ ଆଗାମୀ ୫ ବର୍ଷ ମଧ୍ୟରେ ଆଦର୍ଶ ବିଦ୍ୟାଳୟ ଭିତ୍ତିଭୂମି ଗଠନ ପାଇଁ ୨୬୨୮.୫୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାଜ୍ୟର କର୍ପୋରେଟ୍‌ ସେକ୍ଟର ଆଦର୍ଶ […]

assembly

assembly

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 04:18 PM IST

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିନ ଆଜି ଶାନ୍ତିଶୃଙ୍ଖଳାର ସହ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳରେ ଆଦର୍ଶ ବିଦ୍ୟାଳୟ ଓ ପୂର୍ବତନ ବିଧାୟକ ରମେଶ ଜେନା ଗିରଫ ପ୍ରସଙ୍ଗ ଉଠିଥିଲା।

ଆଦର୍ଶ ବିଦ୍ୟାଳୟର ସ୍ଥିତି ନେଇ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଗୃହରେ ଉତ୍ତର ରଖିଥିଲେ। ସେ କହିଥିଲେ,“ସମସ୍ତ ବ୍ଲକରେ ଆଗାମୀ ୫ ବର୍ଷ ମଧ୍ୟରେ ଆଦର୍ଶ ବିଦ୍ୟାଳୟ ଭିତ୍ତିଭୂମି ଗଠନ ପାଇଁ ୨୬୨୮.୫୧ କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାଜ୍ୟର କର୍ପୋରେଟ୍‌ ସେକ୍ଟର ଆଦର୍ଶ ବଦ୍ୟାଳୟ ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଟାଟା କମ୍ପାନୀ ରାଜ୍ୟରେ ୩୦ଟି, ଓଡ଼ିଶା ମାଇନିଂ କର୍ପୋରାସନ୨୫ଟି ଏବଂ ଜେଏସ୍‌ପିଏଲ୍‌ ୧୦ଟି ସ୍କୁଲ ନିର୍ମାଣ କରିବେ। କୌଣସି ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବାର ଯୋଜନା ନାହିଁ।”

ଭିନ୍ନକ୍ଷମ ସ୍କୁଲ ପରିଚାଳନା ଠିକ୍‌ରେ ହେଉ ନ ଥିବା ବିରୋଧୀ ଅଭିଯୋଗ ଆଣିଥିଲେ। କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଅଭିଯୋଗ କରିଥିଲେ,“ଭିନ୍ନକ୍ଷମ ସ୍କୁଲ ଗୁଡିକ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ଭିତ୍ତିଭୁମିର ଅଭାବ ରହିଛି, ପାଠପଢା ଠିକରେ ହେଉନାହିଁ। ସ୍କୁଲରେ ସିଟ୍‌ ବଢାଇବାକୁ ଉଚ୍ଚ ପଦସ୍ଥ ଅଧିକାରୀମାନେ ଲାଞ୍ଚ ମାଗୁଛନ୍ତି। କର୍ଣ୍ଣାଟକ ମଡେଲରେ ରାଜ୍ୟରେ ଭିନ୍ନକ୍ଷମ ପିଲାଙ୍କ ପାଇଁ ସ୍କୁଲ କରାଯାଉ।”

ସେହିପରି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ଗରଫଦାରୀ ପ୍ରସଙ୍ଗ ମଧ୍ୟ ପ୍ରଶ୍ନକାଳରେ ଉଠିଥିଲା। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ “ରାଜନୈତିକ ଆକ୍ରୋଶ ରଖି ରମେଶ ଜେନାଙ୍କୁ ଗିରଫ କରାଯାଇଛି। ବିଜେଡି ବିଧାୟକଙ୍କ ବିରୋଧରେ ମାମଲା ଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଉନାହିଁ।”

ସେ କହିଥିଲେ,“ମୋତିଲାଲ ଗୌଡ଼, ଧଳସାମନ୍ତ ଭ୍ରାତାଙ୍କ ସହ ବିଜେଡି ବିଧାୟକ, ମନ୍ତ୍ରୀ, ସାଂସଦଙ୍କ ସମ୍ପର୍କ କ’ଣ ସମସ୍ତେ ଜାଣିଛନ୍ତି। ଚିଟ୍‌ଫଣ୍ଡରେ କେଉଁ କେଉଁ ମନ୍ତ୍ରୀ ଓ ବିଧାୟକ ସାମିଲ ଅଛନ୍ତି ତାହା ମଧ୍ୟ କାହାକୁ ଅଛପା ନାହିଁ। ଏମାନଙ୍କୁ କାହିଁକି ଗିରଫ କରାଯାଉନାହିଁ? ଗଞ୍ଜାମ ଜିଲ୍ଲାରେ ବିଜେଡିର ମୁଖ୍ୟ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ। ସେଠାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ରମେଶ ଜେନାଙ୍କ ପ୍ରଭାବ ରହିଛି। ରମେଶ ଜେନା ବାହାରିଲେ ଗଞ୍ଜାମରେ ବିଜେଡି ପଞ୍ଚାୟତ ନିର୍ବାଚନରେ ପରାଜିତ ହେବ। ସେଥିପାଇଁ ପୋଲିସ ଲୋକମାନଙ୍କୁ ଧମକଚମକ ଦେଇ ତାଙ୍କ ନାଁରେ ବଳାତ୍କାର, ଜମି ଗଣ୍ଡଗୋଳ ମାମଲା ପକାଇଛି। କେବଳ ରମେଶ ଜେନା ନୁହନ୍ତି ତାଙ୍କ ବାପା ଓ ଭଣଜାଙ୍କୁ ମଧ୍ୟ ଜାଣିଶୁଣି ପୋଲିସ ଗିରଫ କରି ଗୋଟିଏ ପରେ ଗୋଟିଏ ମାମଲା ରୁଜୁ କରୁଛି। ଯାହା ମାମଲା ରୁଜୁ କରାଯାଇଥିଲା ପ୍ରାୟ ସବୁଥିରେ ସେମାନଙ୍କୁ ଜାମିନ ମିଳି ସାରିଛି। ହେଲେ ପୋଲିସ ନୂଆ ନୂଆ ମାମଲା ରୁଜୁ କରୁଛି। ଫଳରେ ସେମାନେ ଜେଲରୁ ବାହାରି ପାରୁନାହାନ୍ତି।”

ସେ ଆହୁରି କହିଥିଲେ,“ମୁଁ ଆଜି ଗୃହରେ ଦାବି କରିଥିଲି ରମେଶ ଜେନାଙ୍କ ବିରୋଧରେ ଆସିଥିବା ବଳାତ୍କାର ମାମଲ ବିଚାର ସିବିଆଇ କରୁ। ଏହି ଘଟଣାର ସିବିଆଇ ତଦନ୍ତ ହେଲେ ମୁଖ୍ୟମନ୍ତ୍ରୀ ଓ ପୋଲିସର ପ୍ରକୃତ ମୁଖା ଖୋଲିଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story