ସାଂସଦ ରବୀନ୍ଦ୍ର ଜେନାଙ୍କ ଅଫିସ୍ ଓ ପାଇପ୍‌ ଫ୍ୟାକ୍ଟ୍ରିରେ ଚଢ଼ାଉ

ବାଲେଶ୍ୱର: ସିବିଆଇ ପରେ ଏବେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସସାଇଜ୍ (ସିବିଇସି) ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଓଟି ରୋଡ୍ ସ୍ଥିତ ଅଫିସ୍‌ ଓ ଓମ୍ ପାଇପ୍ ଫ୍ୟାକ୍ଟ୍ରିରେ ଚଢ଼ାଉ କରାଯାଇଛି। ସିବିଇସିର ୫ ଜଣିଆ ଟିମ୍‌ ରବୀନ୍ଦ୍ରଙ୍କ ଅଫିସ୍‌ରେ ଚଢାଉ କରିଥିବା ବେଳେ ୪ ଜଣିଆ ଟିମ୍‌ ଫ୍ୟାକ୍ଟ୍ରିରେ ଚଢାଉ କରିଥିଲେ। ଓମ୍ ପାଇପ୍ ଫ୍ୟାକ୍ଟ୍ରିରେ ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନା ଚେୟାରମ୍ୟାନ ଅଛନ୍ତି। ସିବିଇସି ଅଧିକାରୀମାନେ ଆକାଉଣ୍ଟାଣ୍ଟଙ୍କୁ ଧରି କମ୍ପନୀର ବିଭିନ୍ନ କାଗଜପତ୍ର ଯାଞ୍ଚ […]

balasore

balasore

Rakesh Mallick
  • Published: Monday, 06 February 2017
  • Updated: 06 February 2017, 08:16 PM IST

Sports

Latest News

ବାଲେଶ୍ୱର: ସିବିଆଇ ପରେ ଏବେ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଏକ୍ସସାଇଜ୍ (ସିବିଇସି) ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କ ଓଟି ରୋଡ୍ ସ୍ଥିତ ଅଫିସ୍‌ ଓ ଓମ୍ ପାଇପ୍ ଫ୍ୟାକ୍ଟ୍ରିରେ ଚଢ଼ାଉ କରାଯାଇଛି। ସିବିଇସିର ୫ ଜଣିଆ ଟିମ୍‌ ରବୀନ୍ଦ୍ରଙ୍କ ଅଫିସ୍‌ରେ ଚଢାଉ କରିଥିବା ବେଳେ ୪ ଜଣିଆ ଟିମ୍‌ ଫ୍ୟାକ୍ଟ୍ରିରେ ଚଢାଉ କରିଥିଲେ।

ଓମ୍ ପାଇପ୍ ଫ୍ୟାକ୍ଟ୍ରିରେ ରବୀନ୍ଦ୍ରଙ୍କ ପତ୍ନୀ ସୁବାସିନୀ ଜେନା ଚେୟାରମ୍ୟାନ ଅଛନ୍ତି। ସିବିଇସି ଅଧିକାରୀମାନେ ଆକାଉଣ୍ଟାଣ୍ଟଙ୍କୁ ଧରି କମ୍ପନୀର ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି।

ଏହି ଚଢାଉକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସାଂସଦ ଜେନା କହିଛନ୍ତି,“ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ରୀୟ ଏଜେନ୍ସି ତାଙ୍କୁ ବାରମ୍ବାର ହଇରାଣ କରୁଛନ୍ତି। ପଞ୍ଚାୟତ ନିର୍ବାଚନ ବେଳେ ଏପରି ଚଢାଉ ରାଜନୈତିକ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି।”

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ସାଂସଦ ରବୀନ୍ଦ୍ର ଜେନା ଧନ୍ୟବାଦ ଦେବା କଥା। ପୂର୍ବରୁ ରକ୍ଷା ପାଇଯାଇଛନ୍ତି, ନ ହେଲେ ଏବେ ଜେଲରେ ଚକି ପେଷୁଥାନ୍ତେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos