ମୁଖ୍ୟମନ୍ତ୍ରୀଙ୍କ କଳିଙ୍ଗନଗର ଗସ୍ତକୁ ବିରୋଧୀଙ୍କ ବିରୋଧ, ଶତାଧିକ କଂଗ୍ରେସ କର୍ମୀ ଗିରଫ

ଯାଜପୁର: ଟାଟା କମ୍ପାନୀର ପ୍ଲାଣ୍ଟ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିସ୍ଥାପନ ବିରୋଧୀ ଜନମଞ୍ଚର ସଦସ୍ୟମାନେ। କଂଗ୍ରେସ କର୍ମୀ ଓ ଜନମଞ୍ଚର ସଦସ୍ୟମାନେ ଆଜି ଆମ୍ୱଗାଡିଆ ସ୍ଥିତ ବୀର ଭୂମିରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କଳିଙ୍ଗନଗର ଗୁଳିକାଣ୍ଡ ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଅଞ୍ଚଳରେ ପାଦ ପଡି ନ ଥିବାବେଳେ କାରଖାନା ଉଦଘାଟନ କରିବାକୁ କ’ଣ ପାଇଁ […]

kalinga nagar

kalinga nagar

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 06:57 AM IST

Sports

Latest News

kalinga nagara1ଯାଜପୁର: ଟାଟା କମ୍ପାନୀର ପ୍ଲାଣ୍ଟ ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବାକୁ ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧ କରିଛନ୍ତି କଂଗ୍ରେସ ଓ ବିସ୍ଥାପନ ବିରୋଧୀ ଜନମଞ୍ଚର ସଦସ୍ୟମାନେ। କଂଗ୍ରେସ କର୍ମୀ ଓ ଜନମଞ୍ଚର ସଦସ୍ୟମାନେ ଆଜି ଆମ୍ୱଗାଡିଆ ସ୍ଥିତ ବୀର ଭୂମିରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। କଳିଙ୍ଗନଗର ଗୁଳିକାଣ୍ଡ ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଅଞ୍ଚଳରେ ପାଦ ପଡି ନ ଥିବାବେଳେ କାରଖାନା ଉଦଘାଟନ କରିବାକୁ କ’ଣ ପାଇଁ ଆସୁଛନ୍ତି ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସମ୍ପୂର୍ଣ୍ଣ ବିରୋଧ କରାଯିବା ସହ ଆଜିର ଦିବସକୁ କଳାଦିବସ ଭାବେ ପାଳନ କରାଯିବ ବୋଲି ଜନମଞ୍ଚ ଏବଂ କଂଗ୍ରେସ ପକ୍ଷରୁ କୁହାଯାଇଛି। ସେପଟେ ବିକ୍ଷୋଭ ପ୍ରଦର୍ଶନ ବେଳେ କଂଗ୍ରେସ ନେତା ଶରତ ରାଉତଙ୍କ ସମେତ ଶତାଧିକ କର୍ମୀଙ୍କୁ ପୋଲିସ ଅଟକ ରଖିଛି।

ଟାଟାଷ୍ଟିଲର ପ୍ଲାଣ୍ଟ ଉଦଘାଟନ ପୂର୍ବରୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀ ଭେଟିଛନ୍ତି। ଟାଟାଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ୍ ଓ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ଲାଣ୍ଟର କ୍ଷମତା ୩ ମିଲିୟନ୍ ଟନ୍ ରହିବ। ପରେ ପ୍ଲାଣ୍ଟରେ କ୍ଷମତା ୬ମିଲିୟନ୍ ଟନକୁ ବୃଦ୍ଧି ପାଇବ। ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ୪୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏ ନେଇ ଟାଟା ଗ୍ରୁପ୍ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos