ମୁଖ୍ୟ ସଚେତକ ପଦରୁ ତାରାଙ୍କୁ ହଟାଇବାକୁ କଂଗ୍ରେସର ବୈଠକରେ ହୋଇଥିଲା ଆଲୋଚନା

ଭୁବନେଶ୍ୱର: ଗତକାଲି ରାଜଧାନୀରେ ବସିଥିବା କଂଗ୍ରେସର ରୁଦ୍ଧଦ୍ୱାର ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ପରିବର୍ତ୍ତନ କରାଯିବା ନେଇ ଆଲୋଚନା ହୋଇଥିଲା। ଗତକାଲି ଏ ସମ୍ପର୍କରେ କେହି ମୁହଁ ଖୋଲି ନ ଥିବା ବେଳେ ଆଜି କିଛି ବିଧାୟକ ଏଭଳି ସଙ୍କେତ ଦେଛନ୍ତି। ତାରାଙ୍କୁ ନେଇ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଥିବାରୁ ତାଙ୍କୁ ପରିବର୍ତ୍ତନ କରାଯିବାକୁ ହାଇକମାଣ୍ଡଙ୍କୁ ଜଣାଇଥିଲୁ ବୋଲି ବିଧାୟକମାନେ ବୈଠକରେ ମତ ରଖିଥିଲେ। ବୈଠକରେ ହୋଇଥିବା ଆଲୋଚନା ପଦାକୁ ଆସିବା […]

tara

tara

Rakesh Mallick
  • Published: Saturday, 02 July 2016
  • Updated: 02 July 2016, 09:54 PM IST

Sports

Latest News

taraଭୁବନେଶ୍ୱର: ଗତକାଲି ରାଜଧାନୀରେ ବସିଥିବା କଂଗ୍ରେସର ରୁଦ୍ଧଦ୍ୱାର ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କୁ ପରିବର୍ତ୍ତନ କରାଯିବା ନେଇ ଆଲୋଚନା ହୋଇଥିଲା। ଗତକାଲି ଏ ସମ୍ପର୍କରେ କେହି ମୁହଁ ଖୋଲି ନ ଥିବା ବେଳେ ଆଜି କିଛି ବିଧାୟକ ଏଭଳି ସଙ୍କେତ ଦେଛନ୍ତି। ତାରାଙ୍କୁ ନେଇ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ଥିବାରୁ ତାଙ୍କୁ ପରିବର୍ତ୍ତନ କରାଯିବାକୁ ହାଇକମାଣ୍ଡଙ୍କୁ ଜଣାଇଥିଲୁ ବୋଲି ବିଧାୟକମାନେ ବୈଠକରେ ମତ ରଖିଥିଲେ। ବୈଠକରେ ହୋଇଥିବା ଆଲୋଚନା ପଦାକୁ ଆସିବା କରେ ପବେ କଂଗ୍ରେସ ରାଜନୀତି ସରଗରମ ହୋଇପଡିଛି।

ଆଲୋଚନା ହେଉଛି ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀକୁ ନେଇ କଂଗ୍ରେସର ଦୁଇ ହେବିୱେଟ୍‌ ନେତା ତାରା ଏବଂ ନବ ଦାସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ଏ ନେଇ ନବ ଏବଂ ଅନ୍ୟ କିଛି ବିଧାୟକ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ମଧ୍ୟ ଭେଟି ସାରିଛନ୍ତି। ଏହାକୁ ନେଇ ଦଳ ମଧ୍ୟରେ ସ୍ଥିତି ବିଗିଡିବା ପୂର୍ବରୁ କିଛି ଗୋଟିଏ ସାମାଧାନର ବାଟ ବାହାର କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଗତକାଲି କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ ବିଧାୟକମାନଙ୍କୁ ଡାକି ଏକ ତାରକା ହୋଟେଲରେ ଆଲୋଚନା କରିଥିଲେ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ଗତକାଲି ବୈଠକରେ ଆଲୋଚନା ହୋଇଥିବା ଏହି ପ୍ରସଙ୍ଗକୁ ସମସ୍ତେ ଏଡାଇ ଯାଇ ଜଙ୍ଗଲ ଅଧିକାର ଆଇନ ଉପରେ ଆଲୋଚନା ହୋଇଥିବା ସଫେଇ ଦେଇଥିଲେ। ଆଜି ଏହାର ଗୁମର ଫିଟିଛି।

ମିଳିଥିବା ସୂଚନା ଅନୁସାରେ ବୈଠକକୁ ଯାଇଥିବା ବିଧାୟକମାନେ ଜଣକ ପରେ ଜଣେ ହରିପ୍ରସାଦଙ୍କ ସହ ଆଲୋଚନା କରିଥିଲେ। ତାରାଙ୍କୁ ପରିବର୍ତ୍ତନ କରାଯିବ କି ନାହିଁ ସେ ବିଷୟରେ ଆଲୋଚନା ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଚର୍ଚ୍ଚା ହେଉଛି।

ବିଧାୟକ ନବ ଦାସ ସିଧାସଳଖ ତାରାଙ୍କ ସମ୍ପର୍କରେ କିଛି କହି ନ ଥିଲେ ମଧ୍ୟ ବୈଠକରେ ତାଙ୍କୁ ପରିବର୍ତ୍ତନ କରାଯିବା ସମ୍ପର୍କରେ ଆଲୋଚନା ହୋଇଥିବା କଥାକୁ ଅସ୍ୱୀକାର କରିନାହାନ୍ତି। ସେ କହିଛନ୍ତି, “ସବୁ ଦଳରେ ଅସନ୍ତୋଷ ଅଛି, ଆମ ଦଳରେ ମଧ୍ୟ ରହିଛି। ବିଧାୟକମାନଙ୍କ ମଧ୍ୟରେ ଥିବା ଅସନ୍ତୋଷ ବିଷୟରେ ପୂର୍ବରୁ ହାଇକମାଣ୍ଡଙ୍କୁ ଜଣାଇ ସାରିଛୁ। ସେ ହିଁ ଶେଷ ନିଷ୍ପତ୍ତି ନେବେ।”

ସେ କହିଛନ୍ତି, “ମୋତେ ବିରୋଧୀ ଦଳ ମୁଖ୍ୟ ସଚେତକ କରାଯିବାକୁ ଦଳ ନିଷତ୍ତି ନେଲା, ମୁଁ ତାହା ଗ୍ରହଣ କଲି। ପୁଣି ଦଳ ମୋତେ ପରିବର୍ତ୍ତନ କରି ତାରାଙ୍କୁ ମୁଖ୍ୟ ସଚେତକ କରିବାକୁ ଚାହିଁଲା, ମୁଁ ପଦ ଛାଡି ଦେଲି। ମୋର ତାରାଙ୍କ ସହ କୌଣସି ମତାନ୍ତର ନାହିଁ। ସେ ମୋର ଜଣେ ଭଲ ବନ୍ଧୁ।”

ସେ କହିଛନ୍ତି, “ଦଳକୁ କିପରି ମଜଭୁତ କରାଯିବ ସେ ନେଇ ଗତକାଲିର ବୈଠକରେ ଆଲୋଚନା ହୋଇଥିଲା। ଜଙ୍ଗଲ ଅଧିକାର ଆଇନ ସହ ୟୁପିଏ ସରକାର କରିଥିବା ବିଭିନ୍ନ ଯୋଜନା ଯେପରି କି ଜାତୀୟ ସ୍ୱାସ୍ଥ୍ୟ ମିଶନ, ସର୍ବଶିକ୍ଷା ଅଭିଯାନ ଆଦି ବିଷୟକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଆଲୋଚନା କରାଯାଇଥିଲା। ସଂଗଠନ କିପରି ଦୃଢ ହେବ ଓ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ସଂଖ୍ୟାଗରିଷ୍ଠତା ହାସଲ କରିବ ସେ ନେଇ ପ୍ରଭାରୀ ଉପସ୍ଥିତ ବିଧାୟକଙ୍କ ମତ ମାଗିଥିଲେ ଓ ଆମେ ଆମ ମତ ଦେଇଛୁ।”

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା କହିଛନ୍ତି, “ଦଳରେ ଅସନ୍ତୋଷ ଥିବା ମୁଁ କେବେ ଅନୁଭବ କରିନାହିଁ। ବିଧାନସଭାରେ ମୋତେ ବସୁ ବିଧାୟକ ପୂର୍ଣ୍ଣ ସହଯୋଗ କରିଥାନ୍ତି। ଦଳ ମୋତେ ବିରୋଧୀ ଦଳ ମୁଖ୍ୟ ସଚେତକ କରିଛି। ଦଳ ଯଦି ଚାହିଁବ ମୋ ବଦଳରେ ଆଉ କାହାକୁ କରିପାରିବ। ଯିଏ ଏହି ପଦବୀରେ ବସିବେ ମୁଁ ତାଙ୍କୁ ସ୍ୱାଗତ କରିବି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ହେଉଛନ୍ତି ମୋର ହାଇକମାଣ୍ଡ। ସେମାନେ ଯାହା ନିର୍ଦ୍ଦେଶ ଦେବେ ମୁଁ ପାଳନ କରିବି।”

ସେ କହିଛନ୍ତି, “କୌଣସି ପଦ ପଦବୀ ପାଇଁ ମୁଁ ଲାଳାୟିତ ନୁହେଁ। ମୋ ଲାଗି ଦଳରେ ଅସନ୍ତୋଷ ଦେଖା ଦେଲେ ମୁଁ ଦଳରୁ ଓହରି ଯିବା ଦରକାର। ଦଳ ହେଉଛି ମୋର ସବୁ କିଛି, କଂଗ୍ରେସ ବଞ୍ଚିଲେ ମୁଁ ବଞ୍ଚିବି। ମୋ ପଛରେ କିଏ ଲାଗିଛି, କିଏ ଲାଗିନାହିଁ ସେଥିରେ ମୋର କିଛି ଯାଏ ଆସେ ନାହିଁ। ଯଦି କିଛି ଅସନ୍ତୋଷ ରହିଛି, ଏହାର ସମାଧାନ ହେବା ଦରକାର। ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନି ନେବୁ।”

ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି, “ମୁଖ୍ୟ ସଚେତକକୁ ନେଇ ଆଲୋଚନା ହୋଇଥାଇ ପାରେ। ପ୍ରଭାରୀ ମୋ ସହ ମଧ୍ୟ ଆଲୋଚନା କରିଥିଲେ, ହେଲେ ସେ ମୋତେ ଏ ସମ୍ପର୍କରେ କିଛି ପଚାରି ନାହାନ୍ତି। ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ନ ଥିବା ବିଧାୟକମାନେ ସେମାନଙ୍କ ଉତ୍ତର ରଖିଥିବେ। ଏହା ଯଦି ସତ ହୋଇଥିବ, ଏପରି ଟଣାଓଟରା ଦଳ ପାଇଁ ନିଶ୍ଚିତ କ୍ଷତି ପହଞ୍ଚାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story