ମୁଖ୍ୟମନ୍ତ୍ରୀଙ୍କ ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା ଆଉ ଏକ ଧୂଆଁବାଣ: ବିରୋଧୀ ଦଳ ନେତା

ଭୁବନେଶ୍ୱର: ସ୍ୱଳ୍ପବୃଷ୍ଟି ଦ୍ୱାରା ପ୍ରଭାବିତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗତକାଲି ପ୍ୟାକେଜ୍ ଘୋଷଣା କରିଥିଲେ । ଏହାକୁ ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଆଉ ଏକ ନୂଆ ଧୂଆଁବାଣ। ନରସିଂହ ଅଭିଯୋଗ କରିଛନ୍ତି ଯେ, ୨୦୧୧ରେ ମରୁଡ଼ି ଦ୍ୱାରା ପ୍ରଭାବିତ ଲୋକଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳି ନ ଥିବାବେଳେ ଏଭଳି ଘୋଷଣାର କିଛି ଅର୍ଥ ନାହିଁ। ସେହିପରି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ […]

narasingha

narasingha

Rakesh Mallick
  • Published: Thursday, 15 October 2015
  • Updated: 15 October 2015, 10:16 AM IST

Sports

Latest News

ଭୁବନେଶ୍ୱର: ସ୍ୱଳ୍ପବୃଷ୍ଟି ଦ୍ୱାରା ପ୍ରଭାବିତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗତକାଲି ପ୍ୟାକେଜ୍ ଘୋଷଣା କରିଥିଲେ । ଏହାକୁ ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଏହା ରାଜ୍ୟ ସରକାରଙ୍କ ଆଉ ଏକ ନୂଆ ଧୂଆଁବାଣ। ନରସିଂହ ଅଭିଯୋଗ କରିଛନ୍ତି ଯେ, ୨୦୧୧ରେ ମରୁଡ଼ି ଦ୍ୱାରା ପ୍ରଭାବିତ ଲୋକଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳି ନ ଥିବାବେଳେ ଏଭଳି ଘୋଷଣାର କିଛି ଅର୍ଥ ନାହିଁ। ସେହିପରି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ କହିଛନ୍ତି ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଫସଲ ରକ୍ଷା ଉଦ୍ୟମ ନ କରି ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ସେପଟେ ଏସବୁ ଅଭିଯୋଗର ଜବାବ୍ ରଖିଛି ବିଜେଡି। ଦଳର ମୁଖପାତ୍ର କହିଛନ୍ତି, ଏହା ପ୍ୟାକେଜ୍ ନୁହେଁ ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ସରକାର ଠୋସ୍ କାର୍ଯ୍ୟକ୍ରମ ।

ସୂଚନାଯୋଗ୍ୟ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଥିଲେ । ଏଥିରେ କୁହାଯାଇଛି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ୩୩ ପ୍ରତିଶତ ବା ତାଠାରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ଓ ଜଳସେଚିତ ଜମିପାଇଁ ୧୩ ହଜାର ୫୦୦  ଟଙ୍କା ଲେଖାଏଁ ସହାୟତା ଦିଆଯିବ। ସେହିପରି ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ମଧ୍ୟ ସମାନ ସହାୟତା ମିଳିବ। ବର୍ଷ ତମାମ ଚାଷ କରୁଥିବା ଚାଷୀଙ୍କୁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ। ଧାନଚାଷରେ କ୍ଷତି ସହିଥିବା ଚାଷୀଙ୍କୁ ରବିଚାଷ ପାଇଁ ଋଣ ଯୋଗାଇ ଦିଆଯିବ। ଏଥିପାଇଁ ସରକାର ୪ ହଜାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ମରୁଡ଼ି ପ୍ରଭାବିତ ଅଞ୍ଚଳରେ ୫୦ ପ୍ରତିଶତରୁ ଅଧିକ ଫସଲହାନୀ ହୋଇଥିଲେ ସ୍ୱଳ୍ପମିଆଦୀ ଖରିଫ୍ ଋଣକୁ ମଧ୍ୟମିଆଦୀ ଋଣରେ ପରିଣତ କରାଯିବ। ପ୍ରଭାବିତ ଅଞ୍ଚଳରେ ସରକାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପିଲାମାନଙ୍କର ଟ୍ୟୁସନ୍ ଓ ପରୀକ୍ଷା ଫି ଛାଡ଼ କରାଯିବ।  ସେହିପରି ସାହୁକାରଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦୁଇମାସ ପାଇଁ ମରୁଡ଼ି ବିପନ୍ନଙ୍କୁ ଦିଆଯିବ ଖାଦ୍ୟ ସହାୟତା। ବୟସ୍କଙ୍କୁ ୧ କେଜି ଓ ପିଲାଙ୍କୁ ୫୦୦ ଗ୍ରାମ ଖାଦ୍ୟ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପୂର୍ବରୁ ରାଜସ୍ୱ ବିଭାଗ ମରୁଡ଼ି ସ୍ଥିତି ନେଇ ପ୍ରାଥମିକ ରିପୋର୍ଟ ଦେଇଥିଲା। ଏହି ଆଖି ଦେଖା ଆକଳନ ରିପୋର୍ଟ ଅନୁଯାୟୀ, ରାଜ୍ୟର ୧୨ଟି ଜିଲ୍ଲାର ୧୦୭ଟି ବ୍ଲକରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକଗୁଡ଼ିକର ମୋଟ ୩୩ ପ୍ରତିଶତ ଜମିରେ ଧାନଚାଷ ନଷ୍ଟ ହୋଇଛି। ଅର୍ଥାତ ମୋଟ ୨ଲକ୍ଷ ୫୭ ହଜାର ୯୩୦ ହେକ୍ଟର ଜମିରେ ଫସଲ ଉଜୁଡ଼ି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story