ମାନସିକ ଚାପରେ ଅଛନ୍ତି କି? ମୁକ୍ତି ଦେବ ଆପଣଙ୍କ ବାଡ଼ିର ଏହି ଦେଶୀ ଖାଦ୍ୟ

ଆମ ସମସ୍ତଙ୍କ ଜୀବନରେ କିଛି କିଛି ନା ସମସ୍ୟା ଆସେ। ବେଳେ ବେଳେ ଏହି ସମସ୍ୟାରୁ ମୁକ୍ତି ପାଇବା ଭାରି କଷ୍ଟକର ହୋଇଥାଏ। ଫଳରେ ଆମକୁ ଚିନ୍ତା ମାଡ଼ି ବସେ। ଏହାକୁ ଆମେ ଡାକ୍ତରୀ ଭାଷାରେ ଡିପ୍ରେସନ୍‌ କହିଥାଉ। ଏଥିରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥାଉ। ଏହି ରୋଗ ଭଲ ହେବା ପାଇଁ ଡାକ୍ତର ମଧ୍ୟ ଆମକୁ ମେଡିସିନ୍‌ ଖାଇବାକୁ ଦିଅନ୍ତି। କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ଯେ ସଲୋକାଇବିନ୍‌ ମସରୁମ୍‌ ବା ଆମ […]

mm

mm

Rakesh Mallick
  • Published: Saturday, 18 November 2017
  • Updated: 18 November 2017, 03:01 PM IST

Sports

Latest News

ଆମ ସମସ୍ତଙ୍କ ଜୀବନରେ କିଛି କିଛି ନା ସମସ୍ୟା ଆସେ। ବେଳେ ବେଳେ ଏହି ସମସ୍ୟାରୁ ମୁକ୍ତି ପାଇବା ଭାରି କଷ୍ଟକର ହୋଇଥାଏ। ଫଳରେ ଆମକୁ ଚିନ୍ତା ମାଡ଼ି ବସେ। ଏହାକୁ ଆମେ ଡାକ୍ତରୀ ଭାଷାରେ ଡିପ୍ରେସନ୍‌ କହିଥାଉ। ଏଥିରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନେଇଥାଉ। ଏହି ରୋଗ ଭଲ ହେବା ପାଇଁ ଡାକ୍ତର ମଧ୍ୟ ଆମକୁ ମେଡିସିନ୍‌ ଖାଇବାକୁ ଦିଅନ୍ତି। କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ଯେ ସଲୋକାଇବିନ୍‌ ମସରୁମ୍‌ ବା ଆମ ବାଡ଼ିରେ ଫୁଟୁଥିବା ପାଳଛତୁ ଦ୍ୱାରା ଡିପ୍ରେସନ ବା ମାନସିକ ଚାପର ସଫଳ ଚିକିତ୍ସା କରାଯାଇ ପାରିବ। ଏ ପ୍ରକାର ଛତୁ ମାନସିକ ଚାପରେ ଥିବା ବ୍ୟକ୍ତିଙ୍କ ମସ୍ତିଷ୍କର ପ୍ରମୁଖ ତନ୍ତୁକୁ ସକ୍ରିୟ କରିବାରେ ସାହାଯ୍ୟ କରିଥାଏ।

ବ୍ରିଟେନର ଲଣ୍ଡନସ୍ଥିତ ଏମ୍ପରିୟଲ କଲେଜର କିଛି ଗବେଷକ ଏ ସଂପର୍କରେ ଗବେଷଣା କରି ତଥ୍ୟ ପାଇଛନ୍ତି। ସେମାନଙ୍କ କହିବା କଥା, ପାରମ୍ପରିକ ଚିକିତ୍ସାଠାରୁ ଏହି ଛତୁ ଚିକିତ୍ସା ବେଶୀ ପ୍ରଭାବଶାଳୀ। ପାରମ୍ପରିକ ପଦ୍ଧତିରେ ଡିପ୍ରେସନ ରୋଗ ଭଲ ହୋଇ ନଥିବା କିଛି ବ୍ୟକ୍ତିଙ୍କ ଚିକିତ୍ସା ପାଇଁ, ସେମାନେ ପାଳଛତୁରୁ ମିଳୁଥିବା ଏକ ନିର୍ଦ୍ଦିଷ୍ଟ ଖାଦ୍ୟସାରକୁ ଔଷଧ ପରି ବ୍ୟବହାର କରିଥିଲେ। ଚିକିତ୍ସା ଆରମ୍ଭର ଗୋଟିଏ ସପ୍ତାହ ପରେ ସଂପୃକ୍ତ ବ୍ୟକ୍ତିଙ୍କଠାରେ ଚାପ ରୋଗର ଲକ୍ଷଣ ପୂର୍ବ ଅପେକ୍ଷା କମିଥିଲା।

ଏହି ବିଷୟରେ ‘ସାଇଣ୍ଟିକ୍‌ ରିପୋର୍ଟସ' ପତ୍ରିକାରେ ସବିଶେଷ ତଥ୍ୟ ପ୍ରକାଶ ପାଇଛି। ତେଣୁ ଗବେଷଣା ତଥ୍ୟ କହୁଛି, ଅଧିକ ପାଳଛତୁ ଖାଇଲେ ଆମେ ମାନସିକ ଚାପ ଜନିତ ସମସ୍ୟାରୁ ମୁକ୍ତ ରହିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos