ପାରାଦୀପ ବନ୍ଦରରେ ଆମେରିକା ଜାହାଜ
ପାରାଦୀପ (ଓଡ଼ିଶା ରିପୋର୍ଟ): ଆମେରିକାରୁ ଆସିଥିବା ଏକ ଅଶୋଧିତ ତୈଳ ଜାହାଜ ପାରାଦୀପ ବନ୍ଦର ସିଙ୍ଗଲ୍ ପଏଣ୍ଟ ସିଷ୍ଟମ (ଏସ୍ପିଏମ୍) ବର୍ଥରେ ଲାଗିଛି। ଏଥିରେ ଦୁଇ ଲକ୍ଷ ୭୦ ହଜାର ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଆସିଛି। ଏହି ତୈଳ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ୍ ଲିମିଟେଡ୍ (ଆଇଓସିଏଲ୍) ଆଣିଛି। ଜାହାଜର ନାଁ ହେଉଛି MV prosperty। ପ୍ରଥମ ଥର ପାଇଁ ଏହି ଜାହାଜ ଭାରତ ଆସିଥିବା ଜଣାପଡ଼ିଛି।
ପାରାଦୀପ ବନ୍ଦର ଉପକୂଳଠାରୁ ପ୍ରାୟ ୨୦ କିମି ଦୂରରେ ଥିବା ଏସ୍ପିଏମ୍ ବର୍ଥରେ ଏହି ଜାହାଜ ଲାଗିଛି। ଜାହାଜରେ ଥିବା ଅଶୋଧିତ ତୈଳକୁ ପାଇପ୍ ମାଧ୍ୟମରେ ଆଇଓସିଏଲ୍ ବିଶୋଧନାଗାରକୁ ଅଣାଯାଉଛି। ସେଠାରେ ବିଶୋଧନା କରାଯିବା ପରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଏହି ତେଲ ଯିବ।
ଆମେରିକାରୁ ଭାରତ ଆସିଥିବା ଏହି ଜାହାଜକୁ ପାରାଦୀପ ବନ୍ଦରରେ ସ୍ୱାଗତ କରାଯାଇଥିଲା। ଏଥିପାଇଁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଇସିଏଲ୍ ଓ ବନ୍ଦରର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।