ନବ ଦାସଙ୍କ ଅଶ୍ଳୀଳ ଭିଡିଓ ଦେଖା ପ୍ରସଙ୍ଗ: ଆସନ୍ତାକାଲିଠୁ ତଦନ୍ତ ଆରମ୍ଭ କରିବ ଏଥିକ୍ସ କମିଟି

ଭୁବନେଶ୍ୱର: ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ନେଇ କଂଗ୍ରେସ ବିଧାୟକ ନବ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗର ବିଧିବଦ୍ଧ ତଦନ୍ତ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବିଧାନସଭାର ଏଥିକ୍ସ କମିଟି ଏହି ତଦନ୍ତ ଆରମ୍ଭ କରିବ। ଏନେଇ ବିଧାନସଭାର ପକ୍ଷରୁ କମିଟି ସଦସ୍ୟମାନଙ୍କୁ ଚିଠି ଲେଖାଯାଇଛି। ବୈଠକରେ ଠିକ୍ କରି କେଉଁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଲେଖା ଯାଇ ନ ଥିଲେ ହେଁ ଘଟଣାର ତଦନ୍ତ ନେଇ ମୋଡାଲିଟିଜ୍ ଧାର୍ଯ୍ୟ ହେବ ବୋଲି ସୂଚନା ମିଳିଛି। ବିଧାନସଭା […]

nabadas

nabadas

Rakesh Mallick
  • Published: Monday, 15 February 2016
  • Updated: 16 February 2016, 02:56 AM IST

Sports

Latest News

ଭୁବନେଶ୍ୱର: ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖୁଥିବା ନେଇ କଂଗ୍ରେସ ବିଧାୟକ ନବ ଦାସଙ୍କ ବିରୋଧରେ ଆସିଥିବା ଅଭିଯୋଗର ବିଧିବଦ୍ଧ ତଦନ୍ତ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବିଧାନସଭାର ଏଥିକ୍ସ କମିଟି ଏହି ତଦନ୍ତ ଆରମ୍ଭ କରିବ। ଏନେଇ ବିଧାନସଭାର ପକ୍ଷରୁ କମିଟି ସଦସ୍ୟମାନଙ୍କୁ ଚିଠି ଲେଖାଯାଇଛି। ବୈଠକରେ ଠିକ୍ କରି କେଉଁ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଲେଖା ଯାଇ ନ ଥିଲେ ହେଁ ଘଟଣାର ତଦନ୍ତ ନେଇ ମୋଡାଲିଟିଜ୍ ଧାର୍ଯ୍ୟ ହେବ ବୋଲି ସୂଚନା ମିଳିଛି।

ବିଧାନସଭା ଏଥିକ୍ସ କମିଟିର ସଦସ୍ୟ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି ଯେ ଘଟଣାର ତଦନ୍ତ ପାଇଁ ମୋଡାଲିଟିଜ୍ ସଂପର୍କରେ ଆଲୋଚନା ହେବ। କିପରି ତଦନ୍ତ ହେବ, କେଉଁ ପ୍ରକ୍ରିୟା ଅବଲମ୍ବନ କରାଯିବ, ତାଙ୍କୁ (ନବ ଦାସଙ୍କୁ) କେବେ ଡକାଯିବ ଇତ୍ୟାଦି ସଂପର୍କରେ କମିଟିର ସଦସ୍ୟମାନେ ଆଲୋଚନା କରିବେ। ତା’ପରେ ମୋଡାଲିଟିଜ୍ ସ୍ଥିର କରାଯିବ।

୨୦୧୫ ଡିସେମ୍ବର ୧୪ ତାରିଖରେ ବିଧାନସଭାରେ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିବା ଅଭିଯୋଗକୁ ନେଇ ବିବାଦ ଘେରକୁ ଆସିଥିଲେ କଂଗ୍ରେସ ବିଧାୟକ ନବ ଦାସ। ଏହାକୁ ନେଇ ତୁମ୍ବିତୋଫାନ ହୋଇଥିଲା। ତାଙ୍କୁ ୭ ଦିନ ପାଇଁ ସସ୍‌ପେଣ୍ଡ କରିଥିଲେ ବାଚସ୍ପତି। ଏଥିକ୍ସ କମିଟିରେ ସଦସ୍ୟ ଥିବା କଂଗ୍ରେସ ବିଧାୟକ ପ୍ରକାଶ ବେହେରା କହିଛନ୍ତି ଯେ ସଫେଇ ଦେବାର ସୁଯୋଗ ନ ଦେଇ ବିଧାୟକ ନବ ଦାସଙ୍କ ବିରୋଧରେ କିଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ବୋଲି ସେ ବୈଠକରେ ପ୍ରଶ୍ନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos