ନବରଙ୍ଗପୁର: ଚିକିତ୍ସାଧୀନ ୩ ଶିଶୁଙ୍କ ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଦର ଚିକିତ୍ସାଳୟରେ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁମାନେ ଚିକିତ୍ସାଳୟର ଶିଶୁଯତ୍ନ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ବିଳମ୍ବରେ ଓ ଗୁରୁତର ଅବସ୍ଥାରେ ଅଣାଯାଇଥିବାରୁ ସେମାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଗୌଡ଼ଦେଓପାଲି ଗାଁର ତୁଳାମୁ ମୁଦୁଲିଙ୍କ ଶିଶୁପୁତ୍ରକୁ ଗତ ୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତା’ର ମୃତ୍ୟୁ ଘଟିଥିଲା। ସେହିପରି ଇଚ୍ଛାପୁର ଗାଁର ତମାଳି ମାଝିଙ୍କ ଶିଶୁକନ୍ୟା ଓ ଅଞ୍ଜଳା ଗାଁର ଚମ୍ପଦା ହରିଜନଙ୍କ ଏକ ନବଜାତକ ଶିଶୁପୁତ୍ରର ମଧ୍ୟ ଗତକାଲି ମୃତ୍ୟୁ ଘଟିଥିଲା।

ଡାକ୍ତର ଧରଣୀଧର ସତପଥୀ କହିଛନ୍ତି, “ଶିଶୁମାନଙ୍କୁ ତନ୍ତୁଳିଖୁଣ୍ଟି ଓ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଅବସ୍ଥାରେ ଏଠାକୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁମାନଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯାଇନାହିଁ। ଗୁରୁତର ଅବସ୍ଥାରେ ଅଣାଯାଇଥିବାରୁ ସେମାନଙ୍କ ମୃତ୍ୟୁ ଘଟିଛି।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।