ପୁଣି ଚାଷୀ ଆତ୍ମହତ୍ୟା, ଅଭିଯୋଗ ସେଇ ସମାନ

ନବରଙ୍ଗପୁର: ବରଗଡ଼ ଜିଲ୍ଲା ଚାଷୀ ଆତ୍ମହତ୍ୟା ବିବାଦ ତାତି ଏଯାଏଁ ଥମି  ନ ଥିବା ବେଳେ ପୁଣି ଆସିଛି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଏଥର ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ମୃତ ଚାଷୀଙ୍କ ନାଁ ଶିବ ଭତ୍ରା। ତାଙ୍କ ଘର ସାନମଶିଗାଁରରେ। ଗତ ୩ ତାରିଖଠାରୁ ସେ ବିଷ ପିଇ ନବରଙ୍ଗପୁର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ଚାଷରେ କ୍ଷତି, ଋଣ ଭାର ଯୋଗୁଁ ସେ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପତ୍ନୀ ସନାଦି ଭତ୍ରା ଅଭିଯୋଗ କରିଛନ୍ତି।