କମ୍ବଳ ବୋଝେଇ ଟ୍ରକ୍ ଜବତ; ଉମରକୋଟ ବିଧାୟକଙ୍କ ଗିରଫ ଦାବି କଲା ବିଜେପି

ଉମରକୋଟ/ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ର ଲାଲପାରା ନିକଟରୁ ପୋଲିସ୍ ଏକ କମ୍ବଳ ବୋଝେଇ ଟ୍ରକ୍‌ ଜବତ କରିଛି। ବିଜେପି କର୍ମୀଙ୍କଠାରୁ ସୂଚନା ପାଇ ପୋଲିସ୍ ଟ୍ରକ୍‌ଟିକୁ ଜବତ କରିଛି। ଏହା ସହିତ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି କମ୍ବଳ ବୋଝେଇ ଟ୍ରକ୍‌କୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ବିଜେପି କହିଛି ରାଇଘରର ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଏହି କମ୍ବଳ ବାଣ୍ଟିବାକୁ ବିଜେଡି ଆଣିଥିଲା। ଏନେଇ ଆଜି ଦଳ […]

blanket

blanket

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 07:55 PM IST

Sports

Latest News

ଉମରକୋଟ/ଭୁବନେଶ୍ୱର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ର ଲାଲପାରା ନିକଟରୁ ପୋଲିସ୍ ଏକ କମ୍ବଳ ବୋଝେଇ ଟ୍ରକ୍‌ ଜବତ କରିଛି। ବିଜେପି କର୍ମୀଙ୍କଠାରୁ ସୂଚନା ପାଇ ପୋଲିସ୍ ଟ୍ରକ୍‌ଟିକୁ ଜବତ କରିଛି। ଏହା ସହିତ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଏହି କମ୍ବଳ ବୋଝେଇ ଟ୍ରକ୍‌କୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି। ବିଜେପି କହିଛି ରାଇଘରର ଉପାନ୍ତ ଅଞ୍ଚଳରେ ଲୋକଙ୍କୁ ଏହି କମ୍ବଳ ବାଣ୍ଟିବାକୁ ବିଜେଡି ଆଣିଥିଲା। ଏନେଇ ଆଜି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କ ଠାରେ ଫେରାଦ ହୋଇଛି ଓ ଉମରକୋଟର ବିଜେଡି ବିଧାୟକ ସୁବାସ ଗଣ୍ଡଙ୍କୁ ଗିରଫ କରିବାକୁ ଦାବି କରିଛି। ବିଧାୟକ ସୁବାସ ଗଣ୍ଡ ଏହି କମ୍ବଳ ମଗାଇଥିଲେ ବୋଲି ଦଳ ଅଭିଯୋଗ କରିଛି।

ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି,“ଜବତ ଟ୍ରକ୍‌ଟି ଉମରକୋଟ ବିଧାୟକଙ୍କ ସଡ଼ୁଙ୍କ ଘରେ କମ୍ବଳ ଅନ୍‌ଲୋଡ୍ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ବିଜେପି କାର୍ଯ୍ୟକର୍ତ୍ତାମାନେ ଘେରି ଯାଇଥିଲେ। ଏହା ପରେ ଡ୍ରାଇଭର ଟ୍ରକ୍‌ଟିକୁ ସେଠାରୁ ନେଇ ଚାଲି ଯାଇଥିଲା। ପ୍ରାୟ ଆଠ କିଲୋମିଟର ଗୋଡ଼ାଇଲା ପରେ ବିଜେପି କର୍ମୀମାନେ ଟ୍ରକ୍‌ଟିକୁ ଅଟକ ରଖିଥିଲେ। ପରେ ପୋଲିସ୍ ଆଜି ଏହାକୁ ଜବତ କରିଥିଲା। ବିଜୁ ଜନତା ଦଳ ଏହି ସବୁ କମ୍ବଳ ସଂଗ୍ରହ କରିଛି। ଉମରକୋଟ ବିଧାୟକଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କରାଯାଇଛି। ତାଙ୍କ ବନ୍ଧୁବାନ୍ଧବଙ୍କ ଘରୁ ଟ୍ରକ୍ ଜବତ କରାଯାଇଛି। ଏଣୁ ବିଜେଡି ସିଧାସଳଖ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି। ପୁଣି ଥରେ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବାକୁ ଦଳ ତା’ର କୁକର୍ମ ଆରମ୍ଭ କରି ଦେଇଛି।”

ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ରମେଶ ମାଝି ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ଚର୍ଚ୍ଚାରେ ରହିବାକୁ ବିଜେପି ଏପରି କରୁଛି। ଦଳ ତା’ର ଅଭିଯୋଗକୁ ପ୍ରମାଣ କରୁ। ଉମରକୋଟ ବିଧାୟକଙ୍କ ବିରୋଧରେ ଯାହା କୁହାଯାଉଛି ତାହା ଭିତ୍ତିହୀନ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos