ନନ୍ଦନକାନନ: ବଣୁଆ ହାତୀ ଆକ୍ରମଣରେ ‘ଚନ୍ଦନ’ ଓ ‘ବାସନ୍ତୀ’ ଆହତ

ଭୁବନେଶ୍ୱର: ଏକ ବଣୁଆ ହାତୀ ଆକ୍ରମଣରେ ନନ୍ଦନକାନନର ଦୁଇ ହାତୀ ‘ଚନ୍ଦନ’ ଓ ‘ବାସନ୍ତୀ’ ଆହତ ହୋଇଛନ୍ତି। ସେମାନଙ୍କ ଶୁଣ୍ଢ ଓ କାନରେ ଆଘାତ ଲାଗିଛି। ଡାକ୍ତରମାନେ ଉଭୟଙ୍କ ଚିକିତ୍ସା କରୁଛନ୍ତି।

ଗତକାଲି ରାତି ପ୍ରାୟ ସାଢେ ୨ଟାରେ ଏକ ବଣୁଆ ହାତୀ ନନ୍ଦନକାନନ ମଧ୍ୟକୁ ଚାଲିଆସି ଚନ୍ଦନ ଓ ବାସନ୍ତୀକୁ ଆକ୍ରମଣ କରିଥିଲା। ହାତୀଙ୍କ ଚିତ୍କାର ଶୁଣି ନନ୍ଦନକାନନ ସୁରକ୍ଷାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ବଣୁଆ ହାତୀଟି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା। ବଣୁଆ ହାତୀଟି ନନ୍ଦନକାନନ ୨୦ ଫୁଟ୍‌ ପାଚେରୀକୁ ଭାଙ୍ଗି ଦେଇଛି।