ସଞ୍ଜୟ ପ୍ରସଙ୍ଗରେ ବିଜେଡି ନେତାଙ୍କ ମନ୍ତବ୍ୟକୁ ନେଇ ସରକାରଙ୍କୁ ନରସିଂହଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଆଜି ପୁଣି ଚିଟ୍‌ଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ଦାବି କରିଥିଲେ। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗ ଉପରେ ବିଜେଡିର କିଛି ନେତା ନୀତି ନୈତିକତାର କଥା ଉଠାଇ ଥିବାରୁ ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ରଖନ୍ତୁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ […]

narashingha

narashingha

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 05:06 AM IST

Sports

Latest News

ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ଆଜି ପୁଣି ଚିଟ୍‌ଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠିଥିଲା। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ଦାବି କରିଥିଲେ। ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗ ଉପରେ ବିଜେଡିର କିଛି ନେତା ନୀତି ନୈତିକତାର କଥା ଉଠାଇ ଥିବାରୁ ମୁଖ୍ୟମନ୍ତ୍ରୀ ଏହା ଉପରେ ବିବୃତି ରଖନ୍ତୁ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ଦାମୋଦର ରାଉତ କିଛି କହିବାକୁ ଚାହୁଁଥିବା ବେଳେ ବାଚସ୍ପତି ଅନୁମତି ନ ଦେବାରୁ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିରୋଧୀ ଦଳ ନେତା ମିଶ୍ର କହିଛନ୍ତି, “ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ରାଜ୍ୟରେ ଗଣମାଧ୍ୟମ, ରାଜନୈତିକ ନେତାଙ୍କ ବକ୍ତବ୍ୟ ଓ ସରକାରଙ୍କ ନିରବତା ଏକ ଝଡ଼ ସୃଷ୍ଟି କରିଛି। ଜଣେ ଆଉ ଜଣଙ୍କ ବିରୋଧରେ ବିଷୋଦାଗାର କରୁଛନ୍ତି। କନିଷ୍ଠ ଓ ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଫାଟ ହୋଇଥିବା ଭଳି ଜଣାପଡୁଛି। ଏହାର ପ୍ରଭାବ ସରକାରଙ୍କ ଉପରେ ପଡୁଛି। ମୁଖ୍ୟମନ୍ତ୍ରୀ ଗୃହର ନେତା ହୋଇଥିବାରୁ ଏ ସବୁ କଥା ସ୍ପଷ୍ଟ କରନ୍ତୁ ଏବଂ ତାଙ୍କ ବିରୋଧରେ ଯେଉଁ ଚିଟ୍‌ଫଣ୍ଡ ଦୁର୍ନୀତି ଅଭିଯୋଗ ଆସିଛି ତାହା ଉପରେ ଉତ୍ତର ରଖନ୍ତୁ।”

ମିଶ୍ର ଆହୁରି କହିଛନ୍ତି, “ଏ ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ଦେଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଲେ। ଗୃହରେ ଆଲୋଚନା ହୋଇଥିଲେ ସମସ୍ତ ସନ୍ଦେହ ଦୂର ହୋଇପାରିଥାନ୍ତା। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ବିରୋଧରେ ଯାହା ଅଭିଯୋଗ ଆସୁଛି ତାହା ପ୍ରମାଣିତ ହୋଇଯାଇଥାନ୍ତା। ବୋଧ ହୁଏ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି ସେ ଦୋଷୀ। ଆଲୋଚନା ହେଲେ ତାଙ୍କ ଦୋଷ ପ୍ରମାଣିତ ହୋଇଯିବ। ସେଥିପାଇଁ ଭୟଭୀତ ହୋଇ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି।”

ଅନ୍ୟପକ୍ଷରେ ଗୃହ କାର୍ଯ୍ୟରେ ତାଙ୍କ ଦଳ ସହଯୋଗ କରିବ ବୋଲି ମିଶ୍ର ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ରାଜ୍ୟରେ ଭୟଙ୍କର ଜଳାଭାବ ଦେଖା ଦେଇଛି। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଗୃହରେ ଏ ସମ୍ପର୍କରେ ଆଲୋଚନା ହେବା ନିହାତି ଆବଶ୍ୟକ। ଏଥିପାଇଁ ଚିଟ୍‌ଫଣ୍ଡ ଦୁର୍ନୀତି ଉପରେ ଆଲୋଚନା କରାଯିବା ଦାବିରୁ ବିରତ ରହିଛୁ। ପରବର୍ତ୍ତୀ ସମୟରେ ଏହି ଚିଟ୍‌ଫଣ୍ଡ ମହାଦୁର୍ନୀତି  ପ୍ରସଙ୍ଗ ପୁଣି ଉଠାଇବୁ।”

ତେବେ ବିଜେଡି ନେତାଙ୍କ ମନ୍ତବ୍ୟ ସେମାନଙ୍କର ବ୍ୟକ୍ତିଗତ ମତ। ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ନାହିଁ ବୋଲି ଶାସକ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି।

ଅନ୍ୟପକ୍ଷରେ ଗୃହରେ ଦାମୋଦର ରାଉତ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ଉପରେ କିଛି କହିବାକୁ ଚାହୁଁଥିଲେ। ହେଲେ ବାଚସ୍ପତି ଏଥିପାଇଁ ଅନୁମତି ନ ଦେବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ସୁଯୋଗ ନ ପାଇବା ତାଙ୍କ ଦୁର୍ଭାଗ୍ୟ ବୋଲି କହିଛନ୍ତି।

ସମବାୟ ମନ୍ତ୍ରୀ କହିଛନ୍ତି, “ସାରା ରାଜ୍ୟରେ ଏକ ଧୂମାଳ ପରିସ୍ଥିତି କ’ଣ ପାଇଁ ରଖାଯାଉଛି? ବିଧାନସଭାରେ ମଧ୍ୟ ଏହା ଉପରେ କିଛି କହିବାକୁ ସୁଯୋଗ ମିଳୁନାହିଁ, ଏଥିରେ କ’ଣ କରାଯାଇ ପାରିବ?”

ଚିଟ୍‌ଫଣ୍ଡ କେଳେଙ୍କାରୀ ନେଇ ଗତକାଲି ବିରୋଧୀ ମୁଲତବି ନୋଟିସ୍‌ ଦେଇଥିଲେ। ବାଚସ୍ପତି ଏହାକୁ ଗ୍ରହଣ କରି ନ ଥିଲେ। ଆଜି ବିରୋଧୀ ଏହାର ପୁନର୍ବିଚାର ଦାବି କରିବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ।

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ବିରୋଧୀ ଦଳ ନେତା କିଛି ମନ୍ତ୍ରୀଙ୍କ ନାଁ ନେଇ କିଛି କଥା କହିଥିଲେ। ସେତେବେଳେ କିଛି ମନ୍ତ୍ରୀ ଗୃହରେ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ମନ୍ତ୍ରୀ ଦାମ ବାବୁ କିଛି କହିବାକୁ ଚାହୁଁଥିଲେ। ତାଙ୍କୁ ସୁଯୋଗ ଦେବା ଉଚିତ ଥିଲା ବୋଲି ମୁଁ ଭାବୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story