ନରେନ୍ଦ୍ର ସ୍ୱାଇଁ ବିଜେଡିର ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନରେନ୍ଦ୍ର ସ୍ୱାଇଁ ହେବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ। ସେ ଏବେ ବିଜେଡିର ସାଧାରଣ ସଂପାଦକ ଅଛନ୍ତି। ଶୁକ୍ରବାର ଏ ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ରାଜ୍ୟସଭା ଉପ-ନିର୍ବାଚନ ପାଇଁ ନରେନ୍ଦ୍ର ସ୍ୱାଇଁ ନାମାଙ୍କନପତ୍ର ନେଇଥିଲେ। ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ନରେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଏହି ନିଷ୍ପତ୍ତି ପାଇଁ ସେ ଦଳର ସଭାପତିଙ୍କ ନିକଟରେ ଋଣୀ। ସେ ଦଳ ପାଇଁ ନିଷ୍ଠାପର […]

narendra

narendra

Rakesh Mallick
  • Published: Friday, 27 November 2015
  • Updated: 27 November 2015, 03:13 PM IST

Sports

Latest News

narendra swainଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ନରେନ୍ଦ୍ର ସ୍ୱାଇଁ ହେବେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ। ସେ ଏବେ ବିଜେଡିର ସାଧାରଣ ସଂପାଦକ ଅଛନ୍ତି। ଶୁକ୍ରବାର ଏ ଘୋଷଣା କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ରାଜ୍ୟସଭା ଉପ-ନିର୍ବାଚନ ପାଇଁ ନରେନ୍ଦ୍ର ସ୍ୱାଇଁ ନାମାଙ୍କନପତ୍ର ନେଇଥିଲେ।

ନବୀନ ପଟ୍ଟନାୟକଙ୍କ ଘୋଷଣା ପରେ ନରେନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଏହି ନିଷ୍ପତ୍ତି ପାଇଁ ସେ ଦଳର ସଭାପତିଙ୍କ ନିକଟରେ ଋଣୀ। ସେ ଦଳ ପାଇଁ ନିଷ୍ଠାପର ଭାବେ କାର୍ଯ୍ୟ କରିବେ। ରାଜ୍ୟସଭାକୁ ନିର୍ବାଚିତ ହୋଇଗଲେ ସେ ଦଳର ଆଭିମୁଖ୍ୟକୁ ସମ୍ମାନ ଦେଇ କାମ କରିବେ। ଓଡ଼ିଶାକୁ ପାଣ୍ଠି ଦିଆଯିବାରେ ଯେଉଁ ଅବହେଳା କରାଯାଉଛି ତା’ରି ବିରୁଦ୍ଧରେ ସଂସଦରେ ସ୍ୱର ଉଠାଇବେ।

କଳ୍ପତରୁ ଦାସଙ୍କ ପରଲୋକ ପରେ ରାଜ୍ୟସଭାରେ ଓଡ଼ିଶାରୁ ଖାଲି ପଡିଥିବା ଆସନ ପାଇଁ ଉପ-ନିର୍ବାଚନ ହେଉଛି। ରାଜ୍ୟସଭା ଉପ-ନିର୍ବାଚନ ପାଇଁ ଗତକାଲି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଡିସେମ୍ବର ୩ ତାରିଖ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଜେଡି ମୁଖ୍ୟପାତ୍ର ସମୀର ଦାଶ କହିଛନ୍ତି ଯେ ଦଳର ସଭାପତି ବୁଝିବିଚାରି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ନରେନ୍ଦ୍ର ସ୍ୱାଇଁ ଦଳର ଜଣେ ବରିଷ୍ଠ ନେତା। ଦଳ ଗଠନ ହେବା ଦିନଠାରୁ ସେ ଅଛନ୍ତି। ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି। ଦୀର୍ଘ ବର୍ଷ ଧରି କୌଣସି ପଦପଦବୀ ପାଇ ନ ଥିଲେ ହେଁ ଦଳ ପାଇଁ ନିଜର ଆନୁଗତ୍ୟରେ କେବେ ଊଣା କରି ନାହାନ୍ତି। ତାଙ୍କ ନିଷ୍ଠାର ଫଳ ତାଙ୍କୁ ମିଳିଛି। ସେହିପରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଦଳର ଅନ୍ୟତମ ମୁଖପାତ୍ର ପ୍ରତାପ ଦେବ।

ବିଜେଡି ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜ୍ୟସଭା ପ୍ରାର୍ଥୀ ନରେନ୍ଦ୍ର ସ୍ୱାଇଁଙ୍କୁ ଅଭିନନ୍ଦନ ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos