ନର୍ଲାରେ ୱାଗନ୍ ମରାମତି କାରଖାନା ପ୍ରସଙ୍ଗ: ମିଳିତ ୱାର୍କିଂ ଗ୍ରୁପ୍ ଗଠିତ, ମାସେ ଦେଢ଼ ମାସରେ ନିଷ୍ପତ୍ତି

ଭୁବନେଶ୍ୱର: କଳାହାଣ୍ଡିର ନର୍ଲାରୁ ପ୍ରସ୍ତାବିତ ୱାଗନ୍ ମରାମତି କାରଖାନା ସ୍ଥାନାନ୍ତରକୁ ବିଭିନ୍ନ ବର୍ଗରୁ ବିରୋଧ କରାଯାଇଥିବା ବେଳେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ମିଳିତ ଭାବେ ଘୋଷଣା କରିଛନ୍ତି ଯେ ଏ ନେଇ ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି ଏବଂ ମାସେ ଦେଢ଼ ମାସ ମଧ୍ୟରେ ଏ ବିଷୟରେ ନିଷ୍ପତ୍ତି ନିଆଯିବ। ରେଳ ମନ୍ତ୍ରୀ କହିଥିଲେ,“ଓଡ଼ିଶାର କଳାହାଣ୍ଡିରେ ଓ ଶୀତଳାପଲ୍ଲୀ (ଗଞ୍ଜାମ ଜିଲ୍ଲା)ରେ ଦୁଇଟି କାରଖାନା ପ୍ରତିଷ୍ଠା […]

naveen-suresh

naveen-suresh

Rakesh Mallick
  • Published: Saturday, 16 April 2016
  • Updated: 16 April 2016, 12:46 PM IST

Sports

Latest News

[caption id="attachment_79258" align="alignleft" width="300"]naveen-suresh ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ[/caption]

ଭୁବନେଶ୍ୱର: କଳାହାଣ୍ଡିର ନର୍ଲାରୁ ପ୍ରସ୍ତାବିତ ୱାଗନ୍ ମରାମତି କାରଖାନା ସ୍ଥାନାନ୍ତରକୁ ବିଭିନ୍ନ ବର୍ଗରୁ ବିରୋଧ କରାଯାଇଥିବା ବେଳେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ମିଳିତ ଭାବେ ଘୋଷଣା କରିଛନ୍ତି ଯେ ଏ ନେଇ ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି ଏବଂ ମାସେ ଦେଢ଼ ମାସ ମଧ୍ୟରେ ଏ ବିଷୟରେ ନିଷ୍ପତ୍ତି ନିଆଯିବ।

ରେଳ ମନ୍ତ୍ରୀ କହିଥିଲେ,“ଓଡ଼ିଶାର କଳାହାଣ୍ଡିରେ ଓ ଶୀତଳାପଲ୍ଲୀ (ଗଞ୍ଜାମ ଜିଲ୍ଲା)ରେ ଦୁଇଟି କାରଖାନା ପ୍ରତିଷ୍ଠା ପାଇଁ ବଜେଟ୍‌ରେ ପ୍ରସ୍ତାବ ରହିଥିଲା। ଦୁଇଟି ଯାକ କାରଖାନା କରିବା ପାଇଁ ଆମେ କିଛି ନା କିଛି କରିବୁ। କ’ଣ କରାଯିବ, କେମିତି କରାଯିବ, ସେ ନେଇ ଆମେ ନିଷ୍ପତ୍ତି ନେବୁ।”

ସେ କହିଥିଲେ,“ଏ ଦୁଇଟି କାରଖାନା ନେଇ କେବଳ ବଜେଟ୍‌ରେ ଘୋଷଣା କରି ଦିଆଯାଇଥିଲା। କିନ୍ତୁ ତା’ପରେ କିଛି କରାଯାଇ ନ ଥିଲା। କେବଳ ଘୋଷଣା କରି ଦେଲେ ଅବା ପ୍ରତିଶ୍ରୁତି ଦେଇ ଦେଲେ କିଛି ହୁଏ ନାହିଁ। କ’ଣ କରାଯାଇପାରିବ ଅବା କ’ଣ କରାଯାଇ ପାରିବ ନାହିଁ ସେ ନେଇ ବି ଦୃଷ୍ଟି ଦେବାକୁ ହେବ। ସେଥିପାଇଁ ରାଜ୍ୟ ସରକାର ଓ ରେଳବାଇକୁ ନେଇ ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି। ମାସେ ଦେଢ଼ ମାସ ମଧ୍ୟରେ ଏ ଦୁଇଟି ସ୍ଥାନରେ କେଉଁ ପ୍ରକାର କାରଖାନା ପ୍ରତିଷ୍ଠା କରାଯାଇପାରିବ ସେ ନେଇ ନିଷ୍ପତ୍ତି ନିଆଯିବ।”

ରେଳ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ,“ଶୀତଳାପଲ୍ଲୀରେ ନିଶ୍ଚିତ ଭାବେ କିଛି ନା କିଛି କାରଖାନା ପ୍ରତିଷ୍ଠା କରାଯିବ। କାରଣ ଏହା ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି। ତେବେ ସେଠାରେ କେଉଁ ପ୍ରକାରର କାରଖାନା ପ୍ରତିଷ୍ଠା କରାଯିବ ସେ ନେଇ କିଛି ଘୋଷଣା କରିବି ନାହିଁ। ଆର୍ଥିକ ଦୃଷ୍ଟିରୁ ସମ୍ଭବ ଓ ବାଣିଜ୍ୟିକ ଦୃଷ୍ଟିରୁ ଲାଭପ୍ରଦ ହେଲା ଭଳି ଏକ କାରଖାନା ସେଠାରେ ନିଶ୍ଚିତ ପ୍ରତିଷ୍ଠା କରାଯିବ।”

ସୁରେଶ କହିଥିଲେ,“ବହୁ ବର୍ଷ ଧରି ଓଡ଼ିଶାରେ ରେଳବାଇ ପକ୍ଷରୁ ଆବଶ୍ୟକ ପରିମାଣର ନିବେଶ କରାଯାଇ ନାହିଁ। ବର୍ତ୍ତମାନ ରେଳବାଇ ଓଡ଼ିଶାରେ ନିବେଶ ଉପରେ ଗୁରୁତ୍ୱ ଦେଉଛି। ଓଡ଼ିଶାରେ କେମିତି ଅଧିକରୁ ଅଧିକ ନିବେଶ ହୋଇପାରିବ ସେନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଛି। ଏ ବର୍ଷ ଓଡ଼ିଶାକୁ ୬୦୦୦ କୋଟି ଟଙ୍କା ଦିଆଯାଇଛି। ତେବେ ତା’ଠାରୁ ଅଧିକ ଖର୍ଚ୍ଚ କରିବାକୁ ରେଳବାଇ ଉଦ୍ୟମ କରିବ।”

ସେ କହିଥିଲେ,“ରାଜ୍ୟ ସରକାରଙ୍କ ସହିତ ମିଶି ରେଳବାଇ ଏକ କଂପାନୀ ଗଠନ କରିବ। ଏହି କଂପାନୀ ରାଜ୍ୟରେ ରେଳବାଇ ବିକାଶର ବିଭିନ୍ନ କାର୍ଯ୍ୟ କରିବ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ,“ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା ଫଳପ୍ରଦ ହୋଇଛି। କଳାହାଣ୍ଡିର ୱାଗନ କାରଖାନା ପ୍ରସଙ୍ଗରେ ମଧ୍ୟ ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା ହୋଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏକ ମିଳିତ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି।  ସେହିପରି ମାଲକାନଗିରି ଓ ନବରଙ୍ଗପୁରକୁ ରେଳ ଚଳାଚଳ ନେଇ ମଧ୍ୟ ତାଙ୍କ ସହିତ ଆଲୋଚନା ହୋଇଥିଲା। ଓଡ଼ିଶାରେ ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ନିୟମିତ ବ୍ୟବଧାନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରାଯିବ।”

ଏହି ବୈଠକ ଯୋଗ ଦେଇଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ,“ନର୍ଲାରେ ରେଳ ୱାଗନ ମରାମତି କାରଖାନା ବାଦ୍ ଆଉ କେଉଁ ପ୍ରକଳ୍ପ କରି ହେବ ସେ ନେଇ ମୁଖ୍ୟ ଶାସନ ସଚିବ ଓ ପୂର୍ବତଟ ରେଳବାଇ ଜିଏମ୍ ଶୀଘ୍ର ଚିହ୍ନଟ କରିବେ।”

ଆଜି ରେଳ ମନ୍ତ୍ରୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କଲା ବେଳେ ରେଳବାଇର ବରିଷ୍ଠ ଅଧିକାରୀମାନଙ୍କ ସହିତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story