ନ୍ୟାସନାଲ୍ ହେରାଲ୍ଡ ଘଟଣା: ସୋନିଆ-ରାହୁଲଙ୍କ ସଂପୃକ୍ତି ଅଭିଯୋଗ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ନ୍ୟାସନାଲ୍ ହେରାଲ୍ଡ ଘଟଣାରେ ସୋନିଆ-ରାହୁଲଙ୍କ ସଂପୃକ୍ତି ଅଭିଯୋଗ ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ପୂର୍ବରୁ ଦଳୀୟ ନେତା ଓ କର୍ମୀମାନେ କଂଗ୍ରେସ ଭବନରୁ ଏକ ରାଲି କରି ପିଏମଜି ପର୍ଯ୍ୟନ୍ତ ଆସିଥିଲେ। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ କଂଗ୍ରେସ ସହପ୍ରଭାରୀ ଶୁଭଙ୍କର ସରକାର, ବିରୋଧୀଦଳ ନେତା ନରସିଂହ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଶହ ଶହ କଂଗ୍ରେସ କର୍ମୀ ଓ ନେତା ରାଲିରେ ଯାଇ […]

cog-56

cog-56

Rakesh Mallick
  • Published: Saturday, 19 December 2015
  • Updated: 19 December 2015, 03:29 PM IST

Sports

Latest News

cogଭୁବନେଶ୍ୱର: ନ୍ୟାସନାଲ୍ ହେରାଲ୍ଡ ଘଟଣାରେ ସୋନିଆ-ରାହୁଲଙ୍କ ସଂପୃକ୍ତି ଅଭିଯୋଗ ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ପୂର୍ବରୁ ଦଳୀୟ ନେତା ଓ କର୍ମୀମାନେ କଂଗ୍ରେସ ଭବନରୁ ଏକ ରାଲି କରି ପିଏମଜି ପର୍ଯ୍ୟନ୍ତ ଆସିଥିଲେ। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ କଂଗ୍ରେସ ସହପ୍ରଭାରୀ ଶୁଭଙ୍କର ସରକାର, ବିରୋଧୀଦଳ ନେତା ନରସିଂହ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଶହ ଶହ କଂଗ୍ରେସ କର୍ମୀ ଓ ନେତା ରାଲିରେ ଯାଇ କେନ୍ଦ୍ର ବିରୋଧୀ ସ୍ଲୋଗାନ୍ ଦେଇଥିଲେ। ପୋଲିସ୍ ପିସିସି ସଭାପତି ଓ ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସମେତ ବହୁ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା।

ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ଆଜି ଏ ପ୍ରସଙ୍ଗରେ ପ୍ରତିବାଦ କରିଥିଲେ କଂଗ୍ରେସ ନେତା ଓ କର୍ମୀ।

ନ୍ୟାସନାଲ୍ ହେରାଲ୍ଡ ଅନିୟମିତତା ମାମଲାରେ ସୋନିଆ ଓ ରାହୁଲଙ୍କୁ ଜାଣିଶୁଣି କେନ୍ଦ୍ର ସରକାର ଛନ୍ଦିଥିବା ଅଭିଯୋଗ ପ୍ରତିବାଦ କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ । ଆଜି ଦଳ ପକ୍ଷରୁ ପଟାଭାଡି ଛକରୁ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା।

ସେହିପରି ଏହା ବିଜେପି ସରକାରଙ୍କ ଷଡଯନ୍ତ୍ର ବୋଲି ବଲାଙ୍ଗିର ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି। ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦଳୀୟ କର୍ମୀ।

ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ହାଜର ହେବା ବେଳେ ସାଙ୍ଗରେ ଦଳର ବହୁ ବରିଷ୍ଠ ନେତା ଯାଇଥିଲେ। ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଉଭୟଙ୍କୁ ଜାମିନ ମିଳିଥିବା ନେଇ ସେମାନଙ୍କ ଓକିଲ କପିଳ ଶିବଲ ସୂଚନା ଦେଇଛନ୍ତି। ସୋନିଆଙ୍କ ପାଇଁ ଏ.କେ. ଆଣ୍ଟୋନୀ ଏବଂ ରାହୁଲଙ୍କ ପାଇଁ ପ୍ରିୟଙ୍କା ଭଦ୍ରା ଜାମିନଦାର ରହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃୟାରୀ ୨୦ ତାରିଖରେ ହେବ।

ସୋନିଆ ଗାନ୍ଧି କହିଛନ୍ତି, କେନ୍ଦ୍ର ସରକାର ଜାଣିଶୁଣି ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି। ଏଥିପାଇଁ ସରକାରୀ ଏଜେନ୍ସିକୁ ବ୍ୟବହାର କରାଯାଉଛି। ରାହୁଲ କହିଛନ୍ତି, ମୋଦି ଜୀ ମିଥ୍ୟା ଅଭିଯୋଗ ଲଗାଉଛନ୍ତି। ଏହାଦ୍ୱାରା ବିରୋଧୀ ହାର ମାନି ଯିବେ ବୋଲି ଭାବୁଛନ୍ତି। ହେଲେ ମୁଁ କି କଂଗ୍ରେସ ଦଳ ବିଜେପି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ। ଆଗରୁ ଲଢେଇ କରୁଥିଲୁ, ଆଗକୁ ଏହା ଜାରି ରହିବ। କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନାକବୀ କହିଛନ୍ତି, କଂଗ୍ରେସ ଏହି ମାମଲାକୁ ହାଇପ୍ରୋଫାଇଲ କରିବାକୁ ଚେଷ୍ଟା କରୁଛି। କଂଗ୍ରେସ ଦେଖାଇବାକୁ ଚାହୁଁଛି, ଭ୍ରଷ୍ଟାଚାର ମାମଲାରେ ସେମାନେ ଆରୋପି ନୁହଁନ୍ତି ସ୍ୱାଧୀନତା ସଂଗ୍ରାମୀ। ରାସ୍ତାକୁ ଓହ୍ଲାଇ ଆସିବା ଠିକ୍ ହୋଇନାହିଁ।

୨୦୧୨ରେ ସୁବ୍ରମନିୟମ ସ୍ୱାମୀ ନିମ୍ନ ଅଦାଲତରେ ଏକ ମାମଲା ରୁଜ୍ଜୁ କରିଥିଲେ। ଏଥିରେ ସେ ଅଭିଯୋଗ କରିଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ୟଙ୍ଗ ଇଣ୍ଡିଆ ଲିମିଟେଡ୍ ନାମକ ଏକ ସଂସ୍ଥା କରି ନ୍ୟାଶନାଲ୍ ହେରାଲଡର ବହୁକୋଟି ଟଙ୍କା ସମ୍ପତ୍ତି ହଡ଼ପ ପାଇଁ ଚେଷ୍ଟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos