ବାଇକ୍‌ରେ ଏନ୍‌ଏସ୍‌ଜି କମାଣ୍ଡୋ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆତଙ୍କବାଦ ବିରୋଧରେ ଲଢେଇର ବାର୍ତ୍ତା ନେଇ ଦେଶବ୍ୟାପୀ ବାଇକ୍ ଅଭିଯାନରେ ବାହାରିଛନ୍ତି ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ଼(ଏନ୍‌ଏସ୍‌ଜି)ର ୫୦ ଜଣିଆ ଦଳ। ଆଜି ଅପରାହ୍ନରେ ଏହି ଟିମ୍‌ ବ୍ରହ୍ମପୁରରେ ପହଞ୍ଚିବା ପରେ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗତ ୭ ତାରିଖ ଦିଲ୍ଲୀ ନିକଟ ମାନେସରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ବାହାରିଥିବା ଏହି ରାଲି ୪୦ ଦିନରେ ୧୩ଟି ରାଜ୍ୟ ପରିକ୍ରମା କରିବ। ଅମିତ କୁମାରଙ୍କ ନେତୃତ୍ୱରେ ୫୦ ଜଣିଆ ଏନ୍‌ଏସ୍‌ଜି ବାଇକ୍ ଆରୋହୀ ଦଳ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଦେଇ ଆଜି ବ୍ରହ୍ମପୁରରେ ପହଞ୍ଚିଛି। ଆସନ୍ତାକାଲି ସେମାନେ ଭୁବନେଶ୍ୱର ଆସିବା କାର୍ଯ୍ୟକ୍ରମ ରହିଛି।