ନବୀନଙ୍କ ସୋସିଆଲ୍‌ ରଣନୀତି: ଇନ୍‌ଷ୍ଟାଗ୍ରାମ୍‌ରେ ଖୋଲିଲେ ଆକାଉଣ୍ଟ

ଭୁବନେଶ୍ୱର: ସୋସିଆଲ ମିଡିଆରେ ପାଦେ ଆଗକୁ  ବଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେସବୁକ୍ ଏବଂ ଟ୍ୱିଟର ପରେ ମୁଖ୍ୟମନ୍ତ୍ରୀ ଆଜି ଇନ୍‌ଷ୍ଟାଗ୍ରାମରେ ସାମିଲ୍‌ ହୋଇଛନ୍ତି । ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାକୁ  ମୁଖ୍ୟମନ୍ତ୍ରୀ ଏଭଳି ପଦେକ୍ଷପ ନେଇଥିବା ଚର୍ଚ୍ଚା ହେଉଛି। ଫଟୋ ଏବଂ ଭିଡିଓ ସେୟାରିଂ କରିବାରେ ବିଶ୍ୱରେ ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ନେଟୱର୍କ ହେଉଛି ଇନ୍‌ଷ୍ଟାଗ୍ରାମ। ଖାଲି ସେତିକି ନୁହେଁ ଏଥିରେ ନିଜ ମତକୁ ମଧ୍ୟ ସେୟାର କରିହେବ। ଇନ୍‌ଷ୍ଟାଗ୍ରାମରେ ଏବେ ଭାରତର […]

naveen

naveen

Rakesh Mallick
  • Published: Saturday, 29 April 2017
  • Updated: 29 April 2017, 06:34 PM IST

Sports

Latest News

ଭୁବନେଶ୍ୱର: ସୋସିଆଲ ମିଡିଆରେ ପାଦେ ଆଗକୁ  ବଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫେସବୁକ୍ ଏବଂ ଟ୍ୱିଟର ପରେ ମୁଖ୍ୟମନ୍ତ୍ରୀ ଆଜି ଇନ୍‌ଷ୍ଟାଗ୍ରାମରେ ସାମିଲ୍‌ ହୋଇଛନ୍ତି । ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାକୁ  ମୁଖ୍ୟମନ୍ତ୍ରୀ ଏଭଳି ପଦେକ୍ଷପ ନେଇଥିବା ଚର୍ଚ୍ଚା ହେଉଛି। ଫଟୋ ଏବଂ ଭିଡିଓ ସେୟାରିଂ କରିବାରେ ବିଶ୍ୱରେ ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ନେଟୱର୍କ ହେଉଛି ଇନ୍‌ଷ୍ଟାଗ୍ରାମ। ଖାଲି ସେତିକି ନୁହେଁ ଏଥିରେ ନିଜ ମତକୁ ମଧ୍ୟ ସେୟାର କରିହେବ।

ଇନ୍‌ଷ୍ଟାଗ୍ରାମରେ ଏବେ ଭାରତର ପାଖାପାଖି ୨ କୋଟି ୟୁଜର୍ସ ଅଛନ୍ତି।  ସବୁବର୍ଗର ଲୋକ ବିଶେଷକରି  ଯୁବପିଢୀଙ୍କ ପାଖରେ ପହଞ୍ଚିବା ପାଇଁ ନବୀନ ଏବେ ସୋସିଆଲ ମିଡିଆକୁ ମାଧ୍ୟମ କରିଥିବା କୁହାଯାଉଛି। ଇନ୍‌ଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବା ପରେ ମୁଖ୍ୟମନ୍ତ୍ରୀ “ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନିଜର ଶୁଭେଚ୍ଛା”କୁ  ପୋଷ୍ଟ କରିଛନ୍ତି। ନବୀନ ପଟ୍ଟନାୟକଙ୍କୁ  ଫଲୋ କରିବା ପାଇଁ  ତାଙ୍କ ଆକାଉଣ୍ଟ (ଇନ୍‌ଷ୍ଟାଗ୍ରାମ) @ Naveen-Odisha. ରହିଛି।  ନବୀନଙ୍କ ଟ୍ୱିଟର ଆକାଉଣ୍ଟରେ ୧ ଲକ୍ଷ ୪୪ ହଜାର ଫଲୋଅର୍ସ ଅଛନ୍ତି। ସେହିପରି ଫେସବୁକ୍‌ରେ  ୧  ଲକ୍ଷ ୧୦ ହଜାର ୨୧୪ଜଣ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos